Sunday, October 11, 2026
24.3 C
Odisha

    ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି: ସମୀରରଞ୍ଜନ ଦାଶ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ଉପରୁ ବିଜେଡି ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଏବେକାର ବିଜେପି ନେତା ସମୀରରଞ୍ଜନ ଦାଶ। ସେ କହିଛନ୍ତି, ସୁଧାଂଶୁ ଶେଖର ପରିଡ଼ାଙ୍କ ବହିଷ୍କାର ଆଦେଶ ବିଜେଡି ଲାଗି ବାଧ୍ୟବାଧ୍ୟକତା। ବିଜେଡି ଏବେ ନିଜେ ପକାଇଥିବା ଛେପ ନିଜେ ଢୋକୁଛି। ପ୍ରବଳ ଅହଙ୍କାର ପାଇଁ ବିଜେଡିର ବିପର୍ଯ୍ୟୟ ଘଟିଛି। ସେମାନେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସମସ୍ତେ ଦଳକୁ ଫେରୁଛନ୍ତି। ଏଭଳି କଲେ ବି ଦଳର କିଛି ଲାଭ ହେବ ନାହିଁ। ଆଉ ବିଜେଡିକୁ ଲୋକେ ଗ୍ରହଣ କରିବେ ନାହିଁ।ସୂଚନାଯୋଗ୍ୟ, ତତକାଳୀନ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସମ୍ପର୍କରେ କୁହାଯାଇଥିଲା, ସେ ନିଗମାନନ୍ଦ ଆସୋସିଏଟ୍ସ୍ର ମ୍ୟାନେଜିଂ ପାର୍ଟନର୍ ଥିଲା ବେଳେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍ସିଡିକୁ ହଡ଼ପ କରିଥିଲେ, ଯାହାର ପରିମାଣ ୩ କୋଟି ଟଙ୍କାରୁ ଅଧିକ। ୨୦୧୭-୧୮ରୁ ୨୦୧୯-୨୦ ମଧ୍ୟରେ ହୋଇଥିବା ଏହି କାରବାର ହୋଇଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ଭିଜିଲାନ୍ସ ଏହି ମାମଲାର ତଦନ୍ତ କରୁଛି। ବିଜେଡି ଏହାକୁ ‘ଜନବିରୋଧୀ କାର୍ଯ୍ୟକଳାପ’ ବୋଲି କହି, ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    76 %
    1.6kmh
    3 %
    Sun
    24 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ