Sunday, November 8, 2026
17.7 C
Odisha

    ବିଜେପିରୁ ନାମାଙ୍କନ ଭରିଲେ ମନମୋହନ-ସୁଜିତ୍ ଏବଂ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ

    ଆଗକୁ ପଢନ୍ତୁ

    ଭୁବନେଶ୍ଵର :  ରାଜ୍ୟସଭା ପାଇଁ ଆଜି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିରୁ ମନମୋହନ ସାମଲ ଏବଂ ସୁଜିତ୍ କୁମାର ନାମାଙ୍କନ ଦାଖଲ କରିଛନ୍ତି। ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ନାମାଙ୍କନ ଭରିଛନ୍ତି। ଆଜି ବିଜେପି ପାର୍ଟି ଅଫିସ୍‌ରୁ ମନମୋହନ ସାମଲ ଏବଂ ଦ୍ବିତୀୟ ପ୍ରାର୍ଥୀ ସୁଜିତ କୁମାର ନିଜ ସମର୍ଥକଙ୍କ ସହ ପାର୍ଟି ଅଫିସରୁ ବାହାରିଥିଲେ। ବିରାଟ ପଟୁଆରରେ ଉଭୟ ନାମାଙ୍କନ ଭରିବା ପାଇଁ ଆସିଥିଲେ। ଏବଂ ନାମାଙ୍କନ ଭରିବା ପୂର୍ବରୁ ରାମ ମନ୍ଦିର ଯାଇ ଆଶୀର୍ବାଦ ଲୋଡ଼ିଥିଲେ।

    ନାମାଙ୍କନ ଭରିବା ସମୟରେ ବିଜେଡି ଏବଂ କଂଗ୍ରେସର ସଦସ୍ୟମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ଉପସ୍ଥିତ ଥିଲେ।ଏଥିସହିତ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    70 %
    1.3kmh
    5 %
    Sun
    26 °
    Mon
    26 °
    Tue
    26 °
    Wed
    26 °
    Thu
    25 °

    ସମ୍ବନ୍ଧିତ