Friday, May 15, 2026
42.4 C
Odisha

    ବିଜେପି ଟିକେଟ ପାଇଥିବା ଅରବିନ୍ଦ ଢାଲିଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ବିଦ୍ରୋହ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବଢ଼ୁଛି ବିଜେପିରେ ଗୋଷ୍ଠୀ କନ୍ଦଳ । ଭୁବନେଶ୍ବର ଜୟଦେବ ନିର୍ବାଚନମଣ୍ଡଳିରେ ଫାଳଫାଳ ବିଜେପି । ଟିକେଟ ଘୋଷଣା ପରେ ବିଜେପି ନେତା ଓ କର୍ମୀଙ୍କ ଯୁଦ୍ଧଦେଂହୀ ଡାକରା । ବିଜେପି ଟିକେଟ ପାଇଥିବା ଅରବିନ୍ଦ ଢାଲିଙ୍କ ବିରୋଧରେ ବିଦ୍ରୋହ । ଆଶାୟୀ ସତ୍ୟପ୍ରିୟ ବେହେରାଙ୍କ ସମର୍ଥକ ମାନେ ବାଲିପାଟଣା ଛକରେ ବିରୋଧ ପ୍ରଦର୍ଶନ କରିବା ସହ ଅରବିନ୍ଦ ଢାଲିଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ରାଲିରେ ଆସି ଅରବିନ୍ଧ ଢାଲି ହଟାଅ ଜୟଦେହ ବଞ୍ଚାଅ ନାରାବାଜି ସହ ଆଗକୁ ତାଙ୍କୁ କୌଣସି ପଞ୍ଚାୟତରେ ପୂରାଇ ଦିଆଯିବନି ବୋଲି ଚେତାବନୀ ଶୁଣାଇଛନ୍ତି । ଅନ୍ଯତମ ଆଶାୟୀ ବସନ୍ତ ନାୟକ ମଧ୍ଯ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୪ରେ ବସନ୍ତଙ୍କୁ ଦଳ ଟିକେଟ ଦେଇଥିଲା । ୨୦୨୪ରେ ବିଧାୟକ ଭାବେ ଲଢିବା ପାଇଁ ସେ ପ୍ରସ୍ତୁତ ହୋଇସାରିଥିଲେ । ୩୦ ବର୍ଷ ଧରି ଦଳ ପାଇଁ ପରିଶ୍ରମ କରିବା ପରେ ବି ଦଳ ତ୍ଯାଗକୁ ବୁଝିନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳକୁ ଏଥିପାଇଁ ମୂଲ୍ଯ ଦେବାକୁ ପଡ଼ିବ ବୋଲି ବସନ୍ତଙ୍କ ସମର୍ଥଙ୍କ ଚେତାବନୀ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    42.4 ° C
    42.4 °
    42.4 °
    18 %
    3.1kmh
    54 %
    Fri
    42 °
    Sat
    42 °
    Sun
    42 °
    Mon
    46 °
    Tue
    47 °

    ସମ୍ବନ୍ଧିତ