Tuesday, March 24, 2026
29.2 C
Odisha

    ବିଜେପି ସରକାରରେ ଓ ବିଜେଡି ବିରୋଧୀ ଦଳରେ ବସିବ : ମନୋଜ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୯/୦୪: ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାର କମିଟିର ସଭାପତି ଅଜ୍ଞାତବାସରେ, ଅଥଚ ସାଧାରଣ ଲୋକଙ୍କ ମତାମତ ନେଇ ନିର୍ବାଚନ ଇସ୍ତାହାର ଘୋଷଣା କରିବା ପାଇଁ ବିଜେଡିର ନୂଆ ନେତା ଭି.କେ ପାଣ୍ଡିଆନ ଓଡିଶାବାସୀଙ୍କୁ ଯେଉଁ ନିବେଦନ କରିଛନ୍ତି ତାହାକୁ ତାତ୍ସଲ୍ୟ କରିଛି ବିଜେପି । ବିଜୁ ଜନତା ଦଳ ପୂର୍ବରୁ ଯେଉଁ ୫ଟି ନିର୍ବାଚନୀ ସଂକଳ୍ପ ଘୋଷଣା କରିଥିଲା ତାହା କେତେଦୂର ଓଙ୍ଗ଼ିଶାବାସୀଙ୍କ ସ୍ୱାର୍ଥରେ କାର୍ଯ୍ୟକାରି ହୋଇଛି ନିଜକୁ ନିଜେ ପ୍ରଶ୍ନ ପଚାରିବା ଉଚିତ? “ଆମ ଓଡିଶା ନବୀନ ଓଡିଶା” ନାଁରେ ରାଜ୍ୟ ତହବିଲ୍‌ରୁ ୫ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ସମସ୍ତ ନିର୍ବାଚନ ମଣ୍ଡଳୀ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ଅଭିଯୋଗ ପତ୍ର ସବୁ ଗ୍ରହଣ କରୁଥିବାର ଡିଣ୍ଡିମ ପିଟୁଥିଲାବେଳେ ଏବେ ନିର୍ବାଚନୀ ସମୟରେ ଇସ୍ତାହାର ନାଁରେ ଏ ଭେଳିକି କ’ଣ ପାଇଁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ପ୍ରଶ୍ନ କରିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରତ୍ନଗର୍ଭା ଓଡ଼ିଶାରେ ୪୮୦କିମି ସୁଦୀଘ୍ର ବେଳାଭୂମି, ସର୍ବାଧିକ କ୍ରୋମାଇଟ, ଲୁହାପଥର, ମାଙ୍ଗାନିଜ, କୋଇଲା ଓ ଅନ୍ୟାନ୍ୟ ଖଚ୍ଚିଜ ସମ୍ପଦ ଭରପୁର ରହିଛି । ଏହାର ସଦୁପଯୋଗ କରିଥିଲେ ଓଡିଶା ଭାରତ ବର୍ଷର ଏକ ନମ୍ବର ଧନୀ ରାଜ୍ୟରେ ପରିଣତ ହୋଇଥାନ୍ତା । ବିଡମ୍ବନାର ବିଷୟ ଦୀର୍ଘ ୨୫ବର୍ଷ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଉପରେ ରାଜ୍ୟବାସୀଙ୍କର ଅକୁଣ୍ଠ ସମର୍ଥନ ଦେଇଥିଲେ ମଧ୍ୟ ବିଜେଡି ରାଜ୍ୟବାସୀଙ୍କୁ ଧୋକ୍କା ଦେଇଛି । ଆମ ରାଜ୍ୟ ଓଡିଶା ସର୍ବଭାରତୀୟ ସ୍ତରରେ ବିକାଶର ସବୁ ସୋପାନରେ ସବୁଠୁ ତଳେ । ଏବେ ଓଡ଼ିଶା ସବୁଠୁଁ ଗରିବୀ ରାଜ୍ୟର ଅପବାଦ ମୁଣ୍ଡାଉଛି । ୨୫ବର୍ଷର ବିଜେଡି ଶାସନରେ ଛାତ୍ର, ଯୁବକ, ମହିଳା, ଚାଷୀ ସମସ୍ତେ ହତାଶାଭାବ ଦେଇ ଗତି କରୁଛନ୍ତି । କଲେଜର ଛାତ୍ର ସଂସଦ ନିର୍ବାଚନକୁ ଧାରାବାହିକଭାବେ ବନ୍ଦ କରିବା ଫଳରେ ସାଧାରଣ ଛାତ୍ର ଓ ଯୁବ ନେତୃତ୍ୱ ସୃଷ୍ଟି ହୋଇପାରୁ ନାହିଁ । ବିଜେଡି ତାର ସଂକଳ୍ପ ପତ୍ରରେ ଛାତ୍ର ସଂସଦ ନିର୍ବାଚନକୁ ଗୁରୁତ୍ୱ ଦେଉ । ଯାହାଫଳରେ ନେତା, ମନ୍ତ୍ରୀଙ୍କ ପୁତ୍ର କିମ୍ବା ପତ୍ନୀ ବିଧାୟକ ଓ ସାଂସଦ ନହୋଇ ସାଧାରଣ ଛାତ୍ର ଓ ଯୁବ ନେତାଟିଏ ହୋଇପାରିବ ।
    ରାଜ୍ୟର ଅଧାଧିକ ଯୁବକ ଏବେ ବାହର ରାଜ୍ୟରେ କାମ ଅନ୍ୱେଷଣରେ । ଏଥିପାଇଁ ରାଜ୍ୟର ଦିଶାହୀନ ନେତୃତ୍ୱ ଦାୟୀ । ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ସୁପ୍ରିମକୋର୍ଟରେ ସରକାରଙ୍କର ସତ୍ୟପାଠରୁ ଜଣାଯାଏ ଆମ ରାଜ୍ୟର ସବୁଠୁ ଅଧିକ ନାବାଳିକା ନିଖୋଜ । ପ୍ରତ୍ୟେକ ଅଢ଼େଇ ଘଂଟାରେ ଜଣେ ମହିଳା ଧର୍ଷଣର ଶିକାର ହେଉଛି । ଚାଷୀ ଆତ୍ମହତ୍ୟା କଥା ନକହିଲେ ଭଲ । ଆମ ରାଜ୍ୟର ଚାଷୀ ସର୍ବଭାରତୀୟ ସ୍ତରରେ ଆୟକରେ କମ୍ ବ୍ୟୟ କରେ କମ୍ । ପୂର୍ବରୁ ଧାନ କ୍ୱଂଟାଲରେ ମାତ୍ର ୧୦୦ଟଙ୍କାର ବୋନସ ଦେବା ପ୍ରତିଶ୍ରୁତି କୁଆଡେ ଗଲା? ବିଜେପି ଶାସିତ ରାଜ୍ୟରେ ଧାନ କ୍ୱଂଟାଲରେ ୧୦୦୦ଟଙ୍କା ବୋନସ ଦିଆଯାଉଛି । ମୁଖ୍ୟମନ୍ତ୍ରୀ ବହୁ ଚର୍ଚ୍ଚିତ କାଳିଆ ଯୋଜନାରେ ସାଧାରଣ ଚାଷୀଙ୍କୁ ୧୦ହଜାର ଟଙ୍କା ଦେବାକୁ କହି ୫ବର୍ଷ ଧରି ୪ହଜାର ଟଙ୍କା ଦେଇ ୬ହଜାର ଟଙ୍କା ହଡପ କଲେ । ଏ ୩୦ହଜାର ଟଙ୍କା ଚାଷୀଙ୍କୁ କେବେ ଫେରାଇବେ । ଭୋଟ ପୂର୍ବରୁ କେବଳ ୨ଟି ଅଖା ବ୍ୟାଗ ଓ ୧ହଜାର ଟଙ୍କା ଦେଲେ ଯେ ଚାଷୀ ରାଜ୍ୟର ଚାଷୀ ଏସବୁ ଭୁଲି ଯିବେ ତାହା ଭାବିବା ଭୁଲ୍ । ଜଳସେଚନ କଥା ପାଣିରେ ଗାର । ଗାଁ ଗଣ୍ଡାରେ ପିଇବା ପାଣି ମିଳୁନି ଅଥଚ ମଦର ବନ୍ୟା । ୨୫ବର୍ଷରେ ଶୀତଳ ଭଣ୍ଡାର ବନ୍ଦ କରିବା ଛଡା ଗୋଟିଏ ବି ଶୀତଳ ଭଣ୍ଡାର ଖୋଲିନାହାନ୍ତି । ୩୮ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଘରକୁ ପ୍ରିୟାପ୍ରୀତି ତୋଷଣ ଓ ବ୍ୟାପକ ପିସି କାରବାର ଯୋଗୁଁ ପ୍ରକୃତ ହିତାଧିକାରୀ ଘର ପାଇବାରୁ ବଂଚିତ । ବ୍ଲକ, ଥାନା ଓ ତହସିଲ ଏବେ ପିସି ସେଂଟର ଓ ଦଳୀୟ କାର୍ଯ୍ୟାଳୟରେ ପରିଣତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ