Friday, April 3, 2026
39 C
Odisha

    ବିଶାଖାପାଟଣାରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ; ରଥଯାତ୍ରା ପାଇଁ ପ୍ରସ୍ତୁତି ଜାରି

    ଆଗକୁ ପଢନ୍ତୁ

    ବିଶାଖାପାଟଣା: ଓଡ଼ିଆମାନଙ୍କୁ ନେଇ ଗଠିତ ସାମାଜିକ ସାଂସ୍କୃତିକ ସଂଗଠନ ‘ଉତ୍କଳ ସାଂସକୃତିକ ସମାଜ’ ଦ୍ବାରା ମହାପ୍ରଭୁଙ୍କର ଦେବସ୍ନାନ ପୂର୍ଣ୍ଣିମା ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଆକାଶବାଣୀ ରେଡିଓ ଷ୍ଟେସନ ନିକଟ ଦଶପଲ୍ଲା ହିଲ୍‌ସରେ ଥିବା ସଂଗଠନର ପରିସରରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ ହର୍ଷୋଲ୍ଲାସର ସହିତ ସମ୍ପନ୍ନ କରାଯାଇଥିଲା।

    ଭୋର ସକାଳୁ ମହାପ୍ରଭୁ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଧାଡ଼ି ପହଣ୍ଡିରେ ରତ୍ନବେଦି ଠାରୁ ସ୍ନାନବେଦିକୁ ନିଆଯାଇଥିଲା। ଏଠାରେ ସମସ୍ତ ରୀତିନୀତି ଓ ମନ୍ତ୍ରୋପାଠର ସହିତ ଶ୍ରୀଜିଉମାନଙ୍କୁ ପୂଜାର୍ଚ୍ଚନା କରାଯାଇ ଥିଲା। ମହାପ୍ରଭୁଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା। ସଂଗଠନର ସଭାପତି ଜେକେ ନାୟକ ଗଜପତି ଭୂମିକା ତୁଲାଇଥିଲେ। ଏହା ପରେ ମହାପ୍ରଭୁଙ୍କୁ ହାତୀବେଶ କରାଯାଇଥିଲା। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରି ଆତ୍ମବିଭୋର ହୋଇଯାଇଥିଲେ।

    ଦିବ୍ୟସ୍ନାନ ପରେ ମହାପ୍ରଭୁମାନେ ୧୪ ଦିନିଆ ଅଣସର ଘରକୁ ଯାଇଛନ୍ତି। ଆସନ୍ତା ୨୬ ତାରିଖ ଦିନ ଏଠାରେ ନେତ୍ରୋତ୍ସବ ଆୟୋଜନ ହେବ। ସେହିପରି ୨୭ ତାରିଖ ଦିନ ଏଠାରେ ପବିତ୍ର ରଥଯାତ୍ରା ପାଇଁ ପ୍ରସ୍ତୁତି ଜାରି ରହିଛି। ସଂଗଠନର ସାଧାରଣ ସଂପାଦକ ବିମଳ କୁମାର ମହାନ୍ତଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ଅନ୍ୟ ସଦସ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି।  ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ପ୍ରତିଷ୍ଠିତ ଉତ୍କଳ ସାଂସ୍କୃତିକ ସମାଜ ଏକ ଅନନ୍ୟ ସଂଗଠନ, ଯାହାକି ଓଡ଼ିଆମାନଙ୍କ ଏକତାକୁ ସୁଦୃଢ଼ କରିବା ଦିଗରେ କାମ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ