Sunday, October 18, 2026
23.2 C
Odisha

    ନୂଆ ପିଢ଼ି ଗଢ଼ିବାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ଅତୁଳନୀୟ: ଧର୍ମେନ୍ଦ୍ର

    ଆଗକୁ ପଢନ୍ତୁ

    ଶିଶୁ ମନ୍ଦିର ଓଡ଼ିଶା ଶିକ୍ଷା ବିଭାଗର ସ୍ପନ୍ଦନ ସଦୃଶ୍ୟ। ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ଅତୁଳନୀୟ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଦଶମ ବୋର୍ଡ଼ ପରୀକ୍ଷା ସହ ବିଭିନ୍ନ ବୃତ୍ତି ଓ ମେଧା ପରୀକ୍ଷାରେ ସଫଳତା ଅର୍ଜନ କରୁଛନ୍ତି, ଯାହା ପ୍ରଶଂସନୀୟ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହା କହିଛନ୍ତି।

    କଟକର ଗତିରାଉତପାଟଣାର କେଶବଧାମସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର (ଆବାସିକ)ରେ ‘ପ୍ରାଦେଶିକ ପ୍ରଧାନଆଚାର୍ଯ୍ୟ ସମ୍ମିଳନୀ- ୨୦୨୫’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା। ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ସେ ତାଙ୍କ ଦ୍ୱାରା ଏକ ଶିକ୍ଷା ନୀତି ପ୍ରଚଳନ କରିଥିଲେ। ଏହି ଶିକ୍ଷା ନୀତିର ବିକଳ୍ପରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି, ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା।

    କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ। ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ‘ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ’ର ସମାପନ ଉତ୍ସବରେ ଯୋଗ ଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ।  ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକରେ ଶିକ୍ଷା ପଦ୍ଧତିର ମାନ ବୃଦ୍ଧି କରିବା ଦିଗରେ ଏହି ସମ୍ମିଳନୀର ଆୟୋଜନ ସ୍ୱାଗତଯୋଗ୍ୟ। ସମାରୋହରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓଡ଼ିଶା ପୂର୍ବର ପ୍ରାନ୍ତ କାର୍ଯ୍ୟବାହ ଡ. ଅନିଲ କୁମାର ମିଶ୍ର, ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ମୁଖ୍ୟ ବକ୍ତା ଭାବେ ବିଦ୍ୟା ଭାରତୀ, ଅଖିଳ ଭାରତୀୟ ଶକ୍ଷା ସଂସ୍ଥାନର ଅଧ୍ୟକ୍ଷ ଡ. ରବୀନ୍ଦ୍ର କାହ୍ନେରେ, ଅଧ୍ୟକ୍ଷ ଭାବେ ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ସଭାପତି, ଡ. କିଶୋରଚନ୍ଦ୍ର ମହାନ୍ତି ମଞ୍ଚାରୂଢ଼ ହୋଇ ସମ୍ମିଳନୀର ଶୋଭା ବର୍ଦ୍ଧନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ