Thursday, March 26, 2026
24.8 C
Odisha

    ବିଶ୍ବ ରୢାପିଡ୍‌ ଚେସ୍‌: ହମ୍ପି ପୁଣି ବିଶ୍ବ ବିଜୟିନୀ

    ଆଗକୁ ପଢନ୍ତୁ

    ନ୍ୟୁୟର୍କ: ଭାରତର କୋନେରୁ ହମ୍ପି ବିଶ୍ବ ରୢାପିଡ୍‌ ଚେସ୍‌ ପ୍ରତିଯୋଗିତାର ମହିଳା ମୁକୁଟ କରାୟତ୍ତ କରିଛନ୍ତି। ରବିବାର ସେ ଇଣ୍ଡୋନେସିଆର ଇରେନେ ସୁକନ୍ଦରଙ୍କୁ ପରାସ୍ତ କରି ଦ୍ବିତୀୟ ଥର ଲାଗି ଏହି ଟ୍ରଫି ନିଶ୍ଚିତ କରିଥିଲେ। ୩୭ ବର୍ଷୀୟା ହମ୍ପି ୧୧ରୁ ୮.୫ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ୨୦୧୯ ମସିହାରେ ଜର୍ଜିଆରେ ସେ ପ୍ରଥମ ଥର ଲାଗି ଏହି ଟ୍ରଫି ଜିତିଥିଲେ। ଏକାଧିକ ଥର ବିଶ୍ବ ରୢାପିଡ୍‌ ଚେସ୍‌ ମହିଳା ମୁକୁଟ ଜିତିବାରେ ଭାରତର ଏହି ୧ ନମ୍ବର ମହିଳା ଖେଳାଳି ବିଶ୍ବର ଦ୍ବିତୀୟ ଖେଳାଳି ହୋଇଛନ୍ତି। କେବଳ ଚୀନ୍‌ର ଜୁ ୱେନ୍‌ଜିନ୍‌ ଏକାଧିକ ଥର ଏହି ଟ୍ରଫି ଜିତିଛନ୍ତି। ନ୍ୟୁୟର୍କରେ ଭାରତୀୟ ଖେଳାଳି ଡି ହାରିକା (୮ ପଏଣ୍ଟ୍‌), ଦିବ୍ୟା ଦେଶମୁଖ (୭), ଓଡ଼ିଆ ଝିଅ ପଦ୍ମିନୀ ରାଉତ (୬.୫), ଆର୍‌ ବୈଶାଳୀ (୫.୫), ବନ୍ତିକା ଅଗ୍ରୱାଲ, ପ୍ରିୟଙ୍କା ନୁଟ୍ଟାକି, ସାହିତୀ ବର୍ଷିନୀ (ସମସ୍ତେ ୫ ପଏଣ୍ଟ୍‌) ପଛକୁ ପଛ ରହିଥିଲେ।
    ପୁରୁଷ ବର୍ଗରେ ରୁଷିଆର ୧୮ ବର୍ଷୀୟ ଭୋଲୋଡାର ମୁର୍ଜିନ ବିଜେତା ହୋଇଛନ୍ତି। ଫାଇନାଲ୍‌ ରାଉଣ୍ଡରେ ସେ ଭାରତର ଆର୍‌ ପ୍ରଜ୍ଞାନନ୍ଦଙ୍କୁ ହରାଇ ୧୦ ପଏଣ୍ଟ ସହ ବିଶ୍ବ ବିଜେତା ‌ହେବାର ଗୌରବ ପାଇଥିଲେ। ଏହି ଟ୍ରଫି ଜିତିବାରେ ନୋଦିର୍ବେକ ଅବ୍‌ଦୁସାତୋରୋଭ (୧୭ ବର୍ଷ)ଙ୍କ ପରେ ମୁର୍ଜିନ ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ଅନ୍ୟ ଦୁଇ ରୁଷୀୟ ଖେଳାଳି ଆଲେକ୍‌ଜାଣ୍ଡର ଗ୍ରିସଚୁକ, ଇଆନ୍‌ ନେପୋମନିଆଚତ୍‌ଚି (୯.୫) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ଭାରତୀୟ ଖେଳାଳି ଅର୍ଜୁନ ଏରିଗାସି (୯), ଆର୍‌ ପ୍ରଜ୍ଞାନନ୍ଦ (୮.୫), ଅରବିନ୍ଦ ଚିତାମାବାରାମ (୮), ଭି ପ୍ରଣବ (୭.୫), ରୌନକ ସାଧୱାନୀ (୭), ଭି କାର୍ତ୍ତିକ (୭), ସନ୍ଦୀପନ ଚନ୍ଦା (୬.୫), ହର୍ଷ ଭାର୍ଥାକୋଟି (୬.୫) ଓ ଦୀପ୍ତାୟନ ଘୋଷ (୬) ପଛକୁ ପଛ ରହି ଅଭିଯାନ ଶେଷ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ