Friday, August 7, 2026
23.8 C
Odisha

    ବିହାରରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ, ୧୭ ଜାନୁଆରୀରେ ହେବ ସ୍ଥାପନା

    ଆଗକୁ ପଢନ୍ତୁ

    ବିହାର : ତାମିଲନାଡୁ ମହାବଳୀପୁରମରୁ ବିହାର ଗୋପାଳଗଞ୍ଜରେ ପହଞ୍ଚିଲା ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ । ଏହି ଶିବଲିଙ୍ଗର ଲମ୍ବା ୩୩ ଫୁଟ ରହିଥିବା ବେଳେ ଓଜନ ୨୧୦ ମେଟ୍ରିନ ଟନ୍ ରହିଛି । ଏହି ବିଶାଳ ଶିବଲିଙ୍ଗର ସ୍ଥାପନା ୧୭ ଜାନୁଆରୀରେ କେସରିୟାର ପ୍ରଖଣ୍ଡ ସ୍ଥିତ ବିରାଟ ରାମାୟଣ ମନ୍ଦିରରେ ବିଧିବିଧାନରେ ସ୍ଥାପିତ ହେବ ।

    ତାମିଲନାଡୁର ମହାବଳୀପୁରମରୁ ୨୧ ନଭେମ୍ବରରେ ବାହାରିଥିଲା ଶିବଲିଙ୍ଗ । ପାଖାପାଖି ୪୫ ଦିନ ଯାତ୍ରା କରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ ହୋଇ ବିହାରରେ ପହଞ୍ଚିଛି । ଏହି ବିଶାଳ ଶିବଲିଙ୍ଗର ଲମ୍ବ ଏବଂ ପ୍ରସ୍ଥ ୩୩ ଫୁଟ । ଏହାର ଓଜନ ପ୍ରାୟ ୨୧୦ ମେଟ୍ରିକ୍ ଟନ୍ । ଏହି ଶିବଲିଙ୍ଗରେ ୧,୦୦୦ ଛୋଟ ଶିବଲିଙ୍ଗ ଖୋଦିତ ହୋଇଛି ।

    ତାମିଲନାଡୁର ମହାବଲୀପୁରମରୁ ବିହାରର ଗୋପାଳଗଞ୍ଜ ସହରରେ ପହଞ୍ଚିଛି ବିଶ୍ବର ସବୁଠାରୁ ବଡ଼ ଶିବଲିଙ୍ଗ । ମିଳିଥିବା ସୂଚନା ଅନୁସାରେ, ଏହି ବିଶାଳ ଶିବଲିଙ୍ଗ ବିହାରର ପୂର୍ବ ଚମ୍ପାରଣରେ ଥିବା ବିଶାଳ ରାମାୟଣ ମନ୍ଦିରରେ ସ୍ଥାପିତ କରାଯିବ । ବିହାର ଯିବା ବାଟରେ ଶିବଲିଙ୍ଗ ଗୋପାଳଗଞ୍ଜରେ ପହଞ୍ଚିବା ମାତ୍ରେ ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ଏବଂ ଫଟୋ ଉଠାଇବା ପାଇଁ ଏକାଠି ହୋଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.8 ° C
    23.8 °
    23.8 °
    97 %
    1.4kmh
    100 %
    Fri
    26 °
    Sat
    29 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ