Sunday, October 18, 2026
24 C
Odisha

    ବିହାର ବନ୍ଦ ପାଳନ ବେଳେ ବ୍ୟାପକ ବିକ୍ଷୋଭ, ତେଜ ପ୍ରତାପ ଅଟକ

    ଆଗକୁ ପଢନ୍ତୁ

    ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଥିବା ବେଳେ ତା’ ପୂର୍ବରୁ ତାଙ୍କ ଇସ୍ତଫା ଦାବିରେ ଶନିବାର ବିହାର ବନ୍ଦ ପାଳନ କରାଯାଇଥିଲା । ବନ୍ଦ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ, ରାସ୍ତା ଅବରୋଧ ଓ ପୁଲିସ ସହ ଧସ୍ତାଧସ୍ତି ଘଟିଥିଲା । ପାଟନା ଓ ଔରଙ୍ଗାବାଦରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା । ବିକ୍ଷୋଭକାରୀମାନେ କେତେକ ପୁଲିସ ଗାଡ଼ିକୁ କ୍ଷତିଗ୍ରସ୍ତ କରିଥିବାବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ହସ୍ତକ୍ଷେପ କରିଥିଲା ।ବନ୍ଦ ସମୟରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ନେତା ତେଜ ପ୍ରତାପ ଯାଦବଙ୍କୁ ପୁଲିସ ଅଟକ ରଖିଥିଲା । ପାଟନାରେ ବିକ୍ଷୋଭକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ପୁଲିସ ସେମାନଙ୍କୁ ହଟାଇବାକୁ ଯିବାବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଔରଙ୍ଗାବାଦରେ ମଧ୍ୟ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିବାରୁ କେତେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବନ୍ଦ ଯୋଗୁ ରାଜ୍ୟର ଅନେକ ସ୍ଥାନରେ ସଡ଼କ ପରିବହନ ପ୍ରଭାବିତ ହୋଇଥିଲା ଏବଂ ସାଧାରଣ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହୋଇଥିଲା । ପରିସ୍ଥିତି ଉପରେ ପୁଲିସ ପକ୍ଷରୁ କଡ଼ା ନଜର ରଖାଯାଇଥିବାବେଳେ ହିଂସା ବଢ଼ିବାକୁ ନ ଦେବା ପାଇଁ ସୁରକ୍ଷା ବ୍ୟବସ୍ଥା ଜୋରଦାର କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    86 %
    0.3kmh
    100 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ