ଦିଲ୍ଲୀର ଜନ୍ତରମନ୍ତରରେ CJP ଏବଂ ଛାତ୍ରଙ୍କ ପ୍ରଦର୍ଶନ ଲଗାତାର ଜାରି ରହିଛି । NEET ପେପର ଲିକକୁ ବିରୋଧ କରି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦାବି ଧରିଛି । ଟେଲିଭିଜନ ଏବଂ ବଲିଉଡ ସେଲିବ୍ରିଟ ଜନ୍ତରମନ୍ତରରେ ପହଞ୍ଚି CJP ଏବଂ ଛାତ୍ରମାନଙ୍କୁ ସପୋର୍ଟ କରୁଛନ୍ତି । ଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟ ପାଇଁ ପ୍ରତିବାଦର ନିଆଁ ଦିଲ୍ଲୀରୁ ଆରମ୍ଭ କରି ମୁମ୍ବାଇ ଯାଏଁ ପହଞ୍ଚିଛି । ତାମିଲ ସିନେମା ସେଲିବ୍ରିଟ ନିଟ୍ ପେପର ଲିକ୍କୁ ବିରୋଧ କରି କହିବା ଆରମ୍ଭ କରିଛନ୍ତି । ଅଭିନେତ୍ରୀ ଜ୍ୟୋତିକା CJP କୁ ସପୋର୍ଟ କରିଛନ୍ତି ।
ତାମିଲ ଅଭିନେତ୍ରୀ ଜ୍ୟୋତିକା ଛାତ୍ରଙ୍କୁ ସପୋର୍ଟ କରି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ଛାତ୍ରଙ୍କ ନେ୍ତ୍ବରେ ବିରୋଧ ପ୍ରଦର୍ଶନ ଏବଂ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସମର୍ଥନ କରିଛନ୍ତି । ନିଜର ଅଫିସିଆଲ ବୟାନରେ କହିଛନ୍ତି, ତାଙ୍କର ସମର୍ଥନ କୌଣସି ସ୍ବତନ୍ତ୍ର ରାଜନୈତିକ ପାର୍ଟିକୁ ସମର୍ଥନ କରିବା ପରିବର୍ତ୍ତେ ଶିକ୍ଷାରେ ସୁଧାର ଆଣି ଦେଶର ଯୁବପିଢିଙ୍କ ଭବିଷ୍ୟକୁ ସୁଧାରିବା ଉଚିତ ।
ଜ୍ୟୋତିକା ଲେଖିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ । ମୁଁ ଛାତ୍ର ଏବଂ ଦେଶର ଭବିଷ୍ୟତ ସହିତ ରହିଛି । ମୁଁ ଦାୟିତ୍ବବାନ୍ ହୋଇ ଛାତ୍ରମାନଙ୍କ ସହିତ ରହିଛି । ମୁଁ ଲୋକତାନ୍ତ୍ରିକ ଭାରତ ପାଇଁ ଠିଆ ହୋଇଛି । ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ପାଇଁ ମୁଁ ସେମାନଙ୍କ ସହିତ ସର୍ବଦା ରହିଛି ।
ଏହାସହିତ ଜ୍ୟୋତିକା ସୋନମ ୱାଙ୍ଗଚୁକଙ୍କ ସମର୍ଥନ କରିବା ସହିତ ଛାତ୍ର କାର୍ଯ୍ୟକର୍ତ୍ତା ଅଭିଜିତ ଦୀପକେ ଏବଂ ସୌରଭ ଦାସଙ୍କ ପ୍ରଶଂସା କରିଛନ୍ତି । ଯୁବପିଢିଙ୍କ ସ୍ବର ଉତ୍ତୋଳନ ପାଇଁ ସେମାନଙ୍କ ସାହସକୁ ପ୍ରଶଂସା କରିଛନ୍ତି । ଜ୍ୟୋତିକା ନିଜ ପୋଷ୍ଟରେ ଛାତ୍ରଙ୍କ ସାହସ ପାଇଁ ଧନ୍ୟବାଦ ଦେଇଛନ୍ତି ।
