Saturday, April 4, 2026
28.2 C
Odisha

    ବ୍ରହ୍ମପୁର ବିଶ୍ଵବଦ୍ୟାଳୟ କୁଳପତିଙ୍କ ଠାରୁ ୧୪ ଲକ୍ଷ ଠକେଇ, ଗୁଜୁରାଟରୁ ୨ ସାଇବର ଠକ ଗିରଫ

    ଆଗକୁ ପଢନ୍ତୁ

    ବ୍ରହ୍ମପୁର : ଡିଜିଟାଲ ଆରେଷ୍ଟ ନାଁରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଗୁଜୁରାଟ ରାଜ୍ୟର ୨ ଜଣ ସାଇବର ଠକଙ୍କୁ ବ୍ରହ୍ମପୁର ପୁଲିସ ଗିରଫ କରିଛି। ସେମାନେ ହେଲେ ଗୁଜୁରାଟ ଭବାନଗର ଜିଲ୍ଲାର ବି ଜେନିଲ ଜୟସୁଖଭାଇ(୨୩) ଓ ଭିଶ୍ଵଜିତସିଂ ଗୋହିଲ(୨୧)। ଉଭୟଙ୍କ ନିକଟରୁ ପୁଲିସ ସାଇବର ଠକେଇରେ ବ୍ୟବହୃତ ମୋବାଇଲ ଓ ଏକାଧିକ ସିମ୍ କାର୍ଡ ଜବତ କରିଛି।

    ସୂଚନା ଯୋଗ୍ୟ ଯେ, ଗତ ଫେବୃଆରୀ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ନିକଟକୁ ଅଜଣା ନମ୍ବରରୁ କଲ ଆସିଥିଲା। କଲ୍ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା। ଏପରିକି ୬ କୋଟି ଟଙ୍କାର ଏକ ବେଆଇନ ଅର୍ଥ କାରବାରରେ ଆପଣଙ୍କ ନାଁ ରହିଥିବା କୁଳପତିଙ୍କୁ କହିବା ସହ ସୁପ୍ରିମକୋର୍ଟର ଆରେଷ୍ଟ୍ ୱାରେଣ୍ଟ ମଧ୍ୟ ପଠାଇଥିଲା। ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ସାଇବର ଠକମାନେ ୮ ଦିନ ଯାଏ ଡିଜିଟାଲ ଆରେଷ୍ଟ କରି ରଖିଥିଲେ। ଭୟରେ କୁଳପତି ୧୪ ଲକ୍ଷ ଟଙ୍କା ସାଇବର ଠକଙ୍କ ନିକଟକୁ ପଠାଇ ଦେଇଥିଲେ। ଏ ନେଇ ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉପରୋକ୍ତ ଦୁଇ ସାଇବର ଠକ୍ ନିଜକୁ ସିବିଆଇ ଅଧିକାରୀ କହି କୁଳପତିଙ୍କୁ ଠକେଇ କରିଥିବା ତଦନ୍ତରୁ ଜଣା ପଡ଼ିବା ପରେ ପୁଲିସର ଏକ ଟିମ୍ ଗୁଜୁରାଟ ଯାଇ ସେମାନଙ୍କୁ ଗିରଫ କରିଥିଲା ବୋଲି ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ