Monday, October 12, 2026
23 C
Odisha

    ଭରସା ହରାଇଲା ସାତକୋଶିଆ: ମିଳିଲାନି ମହାବଳ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳ ଜିଲ୍ଲା ଦିନେ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିଲା ।ଏହି  ସାତକୋଶିଆ ଅଭୟାରଣ୍ୟ ୨୦୦୭ ମସିହା ଡିସେମ୍ବର ୩୧ ତାରିଖରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ମଧ୍ୟ‌ ପାଇଥିଲା। ପୂର୍ବରୁ ଏଠାରେ ୧୮ଟି ମହାବଳ ରହିଥିବା କୁହାଯାଏ। କିନ୍ତୁ ଶିକାରୀଙ୍କ ଦ୍ବାରା ଶିକାର ହେବା ସହ ବିଭିନ୍ନ କାରଣରୁ ସାତକୋଶିଆ ମହାବଳଶୂନ୍ୟ ହୋଇପଡ଼ିଥିଲା। ଏହି ବ୍ୟାଘ୍ର ପ୍ରକଳ୍ପର ଗୌରବ ଫେରାଇ ଆଣିବାକୁ ଏଠାକୁ ୬ଟି ମହାବଳ ଆଣିବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୦୧୮ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ବାଘୁଣୀ ଓ କାହ୍ନା ଜାତୀୟ ଉଦ୍ୟାନରୁ ମହାବଳ ବାଘକୁ ସାତକୋଶିଆକୁ ଅଣାଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ଅଣ୍ଡିରା ମହାବଳକୁ ଆବଶ୍ୟକ ସୁରକ୍ଷା ଯୋଗାଇ ପାରିନଥିଲେ।ଶିକାରୀଙ୍କ ଫାଶରେ ପଡ଼ି ଅଣ୍ଡିରା ମହାବଳ ପ୍ରାଣ ହରାଇଥିଲା। ଅନ୍ୟପାଖରେ ପରିଚାଳନାଗତ ତ୍ରୁଟି ଯୋଗୁଁ ବାଘୁଣୀ ‘ସୁନ୍ଦରୀ’କୁ ମଧ୍ୟପ୍ରଦେଶକୁ ଫେରାଇ ନିଆଗଲା। ଫଳରେ ସେହିଦିନଠାରୁ ସାତକୋଶିଆ ନିଜର ଗୁରୁତ୍ବ ହରାଇ ବସିଥିଲା। ତେବେ ପୁଣିଥରେ ଏଠାକୁ ମହାବଳ ଆଣିବା ପାଇଁ ଅଭୟାରଣ୍ୟ ମଧ୍ୟରେ ଥିବା କେତେକ ଗାଁକୁ ସ୍ଥାନାନ୍ତର କରାଯାଇଛି।ଆଶା କରାଯାଉଥିଲା ଖୁବ୍ ଶୀଘ୍ର ସାତକୋଶିଆରେ ପୁଣି ମହାବଳଙ୍କ ହେଣ୍ଟାଳ ଶୁଣାଯିବ। ଅଗଷ୍ଟମାସ ସୁଦ୍ଧା ଦେବ୍ରିଗଡ଼କୁ ଦୁଇଟି ବାଘୁଣୀ ସହ ଗୋଟିଏ ଅଣ୍ଡିରା ମହାବଳ ଓ ଶିମିଳିପାଳକୁ ଅକ୍ଟୋବର ସୁଦ୍ଧା ଦୁଇଟି ବାଘୁଣୀ ଆସିବେ ବୋଲି ବିଭାଗ ପକ୍ଷରୁ ପ୍ରସ୍ତୁତି ହୋଇଛି।କିନ୍ତୁ ସାତକୋଶିଆ ବ୍ୟ‌ାଘ୍ର ପ୍ରକଳ୍ପକୁ ଗୋଟିଏ ହେଲେ ମହାବଳ ମିଳିଲା ନାହିଁ। ତେ‌ଣୁ ଏଠାକୁ ପୁନର୍ବାର ମହାବଳ ଆଣି ସେମାନଙ୍କୁ ବିପଦରେ ପକାଇବାକୁ ଆଉ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଚାହିଁଲେନି ବୋଲି କୁହାଯାଉଛି। ତେଣୁ ସାତକୋଶିଆ ମହାବଳଶୂନ୍ୟ ହୋଇ ରହିଗଲା ବୋଲି ପରିବେଶବିତ୍‌ମାନେ ପ୍ରକାଶ କରିଛନ୍ତି। ତେବେ ଏ ସଂପର୍କରେ ଅନୁଗୁଳ ଆର୍‌ସିସିଏଫ୍‌ ସୁଧାଂଶୁ ଶେଖର ଖରାଙ୍କୁ ପଚାରିବାରୁ ‘ ଏ ନେଇ ଆଲୋଚନା ଚାଲିଛି, ଯଦି କିଛି ଖବର ଆସିବ ଆମେ ଜଣାଇବୁ’ ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    78 %
    1.3kmh
    0 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ