Thursday, October 15, 2026
28 C
Odisha

    ଭାଙ୍ଗିଗଲା ୪ବର୍ଷର ବିବାହ: ଅଲଗା ହେଲେ ଚହଲ ଏବଂ ଧନଶ୍ରୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଦୀର୍ଘ ଦିନ ଧରି ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଚର୍ଚ୍ଚାର ଅନ୍ତ ଘଟିଛି । ସୂଚନା ଅନୁଯାୟୀ, ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମାଙ୍କ ଆଇନଗତ ଛାଡପତ୍ର ଚୂଡ଼ାନ୍ତ ହୋଇ ଯାଇଛି । ଉଭୟଙ୍କ ମଧ୍ୟରେ ପାରସ୍ପରିକ ସହମତିରେ ଛାଡପତ୍ରର ନିଷ୍ପତ୍ତି ନିଆଯାଇଛି। ଛାଡ଼ପତ୍ରକୁ ନେଇ ଜଡ଼ିତ ଥିବା ସମସ୍ତ ଔପଚାରିକତା ଫେବ୍ରୁଆରି ୨୦ ତାରିଖ ଗୁରୁବାରଦିନ କୋର୍ଟରେ ଶେଷ ହେବ। ଏଥିପାଇଁ ୟୁଜବେନ୍ଦ୍ର ଏବଂ ଧନଶ୍ରୀଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହେବାକୁ କୁହାଯାଇଛି। ଚହଲ ଏବଂ ଧନଶ୍ରୀଙ୍କ ଅଗଷ୍ଟ ୨୦୨୦ ରେ ନିର୍ବନ୍ଧ ହୋଇଥିଲା। ୨୦୨୦ ଡିସେମ୍ବରରେ ଦୁହେଁ ବିବାହ କରିଥିଲେ। ସମ୍ପ୍ରତି କ୍ରିକେଟରଙ୍କ ଚାରି ବର୍ଷର ବିବାହ ଭାଙ୍ଗି ଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28 ° C
    28 °
    28 °
    69 %
    2.1kmh
    72 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ