Monday, September 28, 2026
30.3 C
Odisha

    ଭାରତ ଏବଂ ବ୍ରାଜିଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଆମେରିକା ପରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ହୋଇଛି । ଆଜି ଦିଲ୍ଲୀରେ ଦୁଇ ଦେଶ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ସମୟରେ, ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ବର୍ଷ, ୨୦୨୫ ରେ, ଭାରତ ଏବଂ ବ୍ରାଜିଲ ମଧ୍ୟରେ ବାଣିଜ୍ୟ ୧୫.୨୧ ବିଲିୟନ ଡଲାରରେ ପହଞ୍ଚିଥିଲା, ଯାହା ୨୫ଧ ରୁ ଅଧିକ ବୃଦ୍ଧି ପାଇଥିଲା। ଭାରତର ରପ୍ତାନି ପରିମାଣ ୮.୩୫ ବିଲିୟନ ଡଲାର ଏବଂ ବ୍ରାଜିଲରୁ ଆମଦାନି ପରିମାଣ ୬.୮୫ ବିଲିୟନ ଡଲାର ଥିଲା। ଏହା ବ୍ୟତୀତ, ବ୍ରାଜିଲରେ ଭାରତୀୟ ନିବେଶ ୧୫ ବିଲିୟନ ଡଲାର ଅତିକ୍ରମ କରିଛି।
    ଉଲ୍ଲେଖନୀୟ ଯେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବର୍ତ୍ତମାନ ଭାରତ ଗସ୍ତରେ ଅଛନ୍ତି। ଆଜି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭାଙ୍କ ଉପସ୍ଥିତିରେ ହାଇଦ୍ରାବାଦ ହାଉସରେ ଭାରତ ଏବଂ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ଆଦାନପ୍ରଦାନ କରାଯାଇଥିଲା। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବ୍ରାଜିଲ ହେଉଛି ଲାଟିନ୍ ଆମେରିକାରେ ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। “ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଡଲାରରୁ ଅଧିକ ବୃଦ୍ଧି କରିବାକୁ ପ୍ରତିବଦ୍ଧ। ଆମର ବାଣିଜ୍ୟ କେବଳ ଏକ ସଂଖ୍ୟା ନୁହେଁ,” ସେ କହିଛନ୍ତି। ଏହା ବିଶ୍ୱାସର ପ୍ରତୀକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ