Wednesday, October 14, 2026
28.3 C
Odisha

    ଭାରତ ମାଲେସିଆ ଦ୍ବିପାକ୍ଷିକ ଆଲୋଚନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦୁଇଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମାଲେସିଆର ରାଜଧାନୀ କୁଆଲାଲମ୍ପୁରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ନିଜେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଉଭୟ ନେତା ବିମାନବନ୍ଦରରୁ ଗୋଟିଏ ଗାଡ଼ିରେ ଯାତ୍ରା କରିଥିଲେ। ଏହି ଗସ୍ତ ଭାରତ- ମାଲେସିଆ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଗତି ଦେବା ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ମାଲେସିଆକୁ ତୃତୀୟ ସରକାରୀ ଗସ୍ତ। ୨୦୨୪ ଅଗଷ୍ଟରେ ଭାରତ ଓ ମାଲେସିଆ ମଧ୍ୟରେ ସମ୍ପର୍କ ବ୍ୟାପକ ରଣନୈତିକ ସହଭାଗିତା ସ୍ତରକୁ ଉନ୍ନୀତ ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଗସ୍ତ। ଏହି ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ କୌଶଳଗତ, ଆର୍ଥିକ ଓ ଆଞ୍ଚଳିକ ସହଯୋଗ ଆହୁରି ସୁଦୃଢ଼ ହେବା ଆଶା କରାଯାଉଛି।

    ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ “ସେଲାମତ ଦାତାଙ୍ଗ୍‌ ମୋଦୀ ଜୀ” କାର୍ଯ୍ୟକ୍ରମରେ ଯୋଗଦେଇ ମାଲେସିଆରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧନ କରିଥିଲେ। ମାଇନ୍ସ କନଭେନ୍‍ସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୮ ହଜାର ପ୍ରବାସୀ ଭାରତୀୟ ଉପସ୍ଥିତ ଥିଲେ। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତ- ମାଲେସିଆ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକାକୁ ଜୀବନ୍ତ ସେତୁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଗସ୍ତର ଉଦ୍ଦେଶ୍ୟ ହେଉଛି ପ୍ରତିରକ୍ଷା, ଆର୍ଥିକ ସହଯୋଗ, ସାମୁଦ୍ରିକ ସୁରକ୍ଷା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବା। ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ଯାହା ଆଗାମୀ ଦିନରେ ଭାରତ–ମାଲେସିଆ ସହଯୋଗକୁ ନୂତନ ଦିଗ ପ୍ରଦାନ କରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.3 ° C
    28.3 °
    28.3 °
    70 %
    2.5kmh
    41 %
    Wed
    28 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ