ଭବାନୀପାଟଣା : ଗତକାଲି ବିଳମ୍ବିତ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଭାଲୁପଡା ଛକ ବୁଲାଣିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଦୁଇ ଜଣ ଆମପାଣି ଥାନା କେନ୍ଦୁଡଙ୍ଗରୀ ଗାଁର ବବଲୁ ନାଏକ ଓ କୁନା ମାଝୀ ବୋଲି ଜଣାପଡିଛି। ଦୁହେଁ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ଆଜି ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଘଟଣା ଦେଖି ପୋଲିସକୁ ଜଣାଇଥିଲେ। ଏସଂକ୍ରାନ୍ତରେ କୋକସରା ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଇଛି।

