ଜୟପୁର : ପୁଣି ଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ । ବିଲ କ୍ଲିଅରାନସ ପାଇଁ ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନସ । କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଲମ୍ବୋଦର ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ସୂଚନା ଅନୁସାରେ, ମସିଗାଁ ଗ୍ରାମ ପଞ୍ଚାୟତର ଏମଜିଏନଆରଇଜିଏ କାର୍ଯ୍ୟ ବିଲ କରାଇ ଦେବି କହି ୨୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଜୟପୁର ଭିଜିଲାନ୍ସ ଟିମ ।
ମସିଗାଁ ଗ୍ରାମ ପଞ୍ଚାୟତ ସ୍ଥିତ ଗ୍ରାମ୍ୟ ଉନ୍ନୟନ ରାସ୍ତା ଠାରୁ ସ୍ମଶାନ ରାସ୍ତା ନିର୍ମାଣ ନିମନ୍ତେ 6 ଲକ୍ଷ ଟଙ୍କାର ବିଲ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଥିଲା । ଏହି କାମର ବିଲ କରିବା ନିମନ୍ତେ ଅଭିଯୋଗକାରୀ ପ୍ରଫୁଲ ସ୍ୱାଇଁ ଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ ଶ୍ରୀ ନାୟକ । ଲମ୍ବୋଦର ନାୟକଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଗୋଟିଏ ଭିଜିଲାନ୍ସ କେଶ ଥିବା ସୂଚନା ମିଳୁଛି ।