Saturday, May 30, 2026
24.3 C
Odisha

    ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଚାଲିଛି ଏକକାଳୀନ ରେଡ୍

    ଆଗକୁ ପଢନ୍ତୁ

    ମାର୍ଶାଘାଇ : ଭିଜିଲାନ୍ସ ଜାଲରେ  କେନ୍ଦ୍ରାପଡ଼ା ଛତା ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ।  ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ । ଡେରାବିଶ ଛତାଛକ ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ ଭିଜିଲାନ୍ସର ଏକ ୫ ଜଣିଆ ଟିମ୍ ଚଢାଉରେ ସାମିଲ ହୋଇଛନ୍ତି ।  ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ ଅଫିସ କାଗଜପତ୍ର ଜବତ ହୋଇଛି l ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ଅଫିସ ଓ ପୈତୃକ ଘର ସମେତ ୭ ଟି ସ୍ଥାନରେ ରେଡ୍ ଚାଲିଛି ।

    କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ବରରେ ଏକକାଳୀନ ଚାଲିଛି ରେଡ୍ । ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।  ଏବେ ଛତାଛକ ସ୍ଥିତ କାର୍ଯ୍ୟାଳୟ ରେ SDO ଭାବେ କାର୍ଯ୍ୟ କରୁଛନ୍ତି । ଚଢାଉରେ ୨ଜଣ ଅତିରିକ୍ତ SP, ୯ ଡିଏସ୍ ପି , ୯ ଇନ୍ସପେକ୍ଟର, ୪ ASI ଓ ଭିଜିଲାନ୍ସ କର୍ମଚାରୀ ସାମିଲ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.3 ° C
    24.3 °
    24.3 °
    86 %
    1.8kmh
    91 %
    Sat
    42 °
    Sun
    38 °
    Mon
    40 °
    Tue
    39 °
    Wed
    42 °

    ସମ୍ବନ୍ଧିତ