Sunday, October 11, 2026
22.9 C
Odisha

    ଭୂତଳ ଜଳ ନେଇ କମ୍ପାନୀକୁ ଏନଜିଟିର ନୋଟିସ

    ଆଗକୁ ପଢନ୍ତୁ

    କୁଜଙ୍ଗ  : ଅଭୟ ଚାନ୍ଦପୁର ଅନ୍ତର୍ଗତ ଢ଼ିଙ୍କିଆ ଚାରିଦେଶରେ ନିର୍ମାଣଧୀନ ଜେଏସଡବ୍ଲ୍ୟୁ ପ୍ରକଳ୍ପରେ ଭୂତଳ ଜଳ ଉତ୍ତୋଳନ ନେଇ ଏନଜିଟି ଛାଟ ଲାଗିଛି। କଲକାତା ସ୍ଥିତ ଏନଜିଟି ପୂର୍ବ ମଣ୍ଡଳ ବେଞ୍ଚର ବିଚାରପତି ଅରୁଣ କୁମାର ତ୍ୟାଗୀ ଓ ଈଶ୍ବର ସିଂହ ଭୂତଳ ଜଳ ଉତ୍ତୋଳନ ମାମଲାରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ ଲିମିଟେଡ଼କୁ ନୋଟିସ ଜାରି କରିଛନ୍ତି। ପରିବେଶକର୍ମୀ ଦିଲୀପ କୁମାର ସାମନ୍ତରାୟଙ୍କ ଦ୍ୱାରା ଦାଖଲ ଆବେଦନର ଶୁଣାଣି କରି ଏନଜିଟି ଆଇନ -୨୦୧୦ ଅନୁସାରେ ପରିବେଶ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ମେ ମାସ ୨୬କୁ ଧାର୍ଯ୍ୟ କରାଯାଇଛି। ମାସକ ମଧ୍ୟରେ ଜବାବ ଦାଖଲ କରିବାକୁ କମ୍ପାନୀକୁ ନିର୍ଦେଶ ଦିଆଯାଇଛି। ପରିବେଶକର୍ମୀ ଦିଲୀପ କୁମାର ସାମନ୍ତରାୟଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନରେ ପାରାଦ୍ୱୀପ ନିକଟରେ ଗ୍ରୀନଫିଲଡ଼ ଇଣ୍ଡିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ସ୍ଥାପନ ପରିବେଶ ନିୟମର ଉଲଂଘନ କରୁଥିବା ଅଭିଯୋଗ ହୋଇଛି।
    ଆବେଦନରେ ଉଲ୍ଲେଖ କରାଯାଇଛି ଯେ, ମନ୍ତ୍ରାଳୟର ନିର୍ଦେଶାନୁସାରେ ଆବଶ୍ୟକ ଜଳ ମହାନଦୀର ଯୋବ୍ରା ବ୍ୟାରେଜ ନିକଟରୁ ଆଣିବାର ଥିଲା; କିନ୍ତୁ କମ୍ପାନୀ ପ୍ରକଳ୍ପ ଅଞ୍ଚଳରେ ଅଧିକୃତ ୪ଶହ ଏକର ଜମିରେ ଶତାଧିକ ବୋରୱେଲ ଖୋଳିଛନ୍ତି। ଫଳରେ ସ୍ଥାନୀୟ ଜନବସ୍ତି ଅଞ୍ଚଳରେ ଆଗାମୀ ଦିନରେ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏନଓସିରେ ସୀମିତ ସଂଖ୍ୟକ ଟ୍ୟୁବୱେଲ ପାଇଁ ଅନୁମତି ଦିଆଯାଇଥିବାବେଳେ ଏହି ପ୍ରକାର ଭୂତଳ ଜଳ ଉତ୍ତୋଳନକୁ ବିରୋଧ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅଖଣ୍ଡ ମାମଲା ପରିଚାଳନା କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.9 ° C
    22.9 °
    22.9 °
    80 %
    1.3kmh
    0 %
    Sun
    23 °
    Mon
    30 °
    Tue
    30 °
    Wed
    30 °
    Thu
    30 °

    ସମ୍ବନ୍ଧିତ