Wednesday, November 26, 2025
14.8 C
Odisha

    ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ଜ୍ୟୋତି ଆମଗେ

    ଆଗକୁ ପଢନ୍ତୁ

    ଭୋଟ ଦେଲେ ବିଶ୍ବର ସବୁଠାରୁ କମ୍ ଉଚ୍ଚତା ବିଶିଷ୍ଟ ମହିଳା ତଥା ଗିନିଜ ଓ୍ବାଲ୍ଡ ରେକର୍ଡଧାରୀ ଜ୍ୟୋତି ଆମଗେ । ଶୁକ୍ରବାର ସକାଳୁ ମହାରାଷ୍ଟ୍ର ନାଗପୁରର ଏକ ମତଦାନ କେନ୍ଦ୍ରରେ ସେ ଭୋଟ ଦେଇଛନ୍ତି । ସରକାରୀ ନିୟମ ଅନୁଯାୟୀ ନିଜର ପରିଚୟ ପତ୍ର ଧରି ବୁଥ ନିକଟରେ ପହଞ୍ଚିଯାଇଥିଲେ ଜ୍ୟୋତି । ସାଧାରଣ ଭୋଟରଙ୍କ ପରି ସେ ମଧ୍ୟ ଧାଡ଼ିରେ ଠିଆ ହୋଇ ଅପେକ୍ଷା କରିଥିଲେ । ତାଙ୍କ କ୍ରମାଙ୍କ ଆସିବା ପରେ ସମସ୍ତ ଭୋଟିଂ ପ୍ରକ୍ରିୟା ପୂରଣ କରି ମତଦାନ କରିଥିଲେ । ପରେ ପରେ ବୁଥ ବାହାରକୁ ଆସି କାଳିଲଗା ଆଙ୍ଗୁଠି ପ୍ରଦର୍ଶନ କରିଥିଲେ । ତେବେ ଏଠାରେ କହିରଖୁ ଯେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମହାରାଷ୍ଟ୍ରର ରାମଟେକ, ନାଗପୁର, ଭଣ୍ଡାରା- ଗୋଣ୍ଡିଆ, ଗାଡଚିରୋଲି – ଚିମୁର ଓ ଚନ୍ଦ୍ରପୁରର ପାଞ୍ଚଟି ଆସନ ପାଇଁ ମତଦାନ ହେଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.8 ° C
    14.8 °
    14.8 °
    65 %
    1.3kmh
    0 %
    Wed
    26 °
    Thu
    26 °
    Fri
    25 °
    Sat
    26 °
    Sun
    26 °

    ସମ୍ବନ୍ଧିତ