Monday, April 13, 2026
40.8 C
Odisha

    ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ, ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍

    ଆଗକୁ ପଢନ୍ତୁ

    ଇସ୍ରାଏଲ : ଭୟଙ୍କର ରୂପ ନେଲା ମଧ୍ୟପ୍ରାଚ୍ୟର ମହାସଂଗ୍ରାମ । ଲେବାନନ୍ ଉପରେ ଇସ୍ରାଏଲର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ୍ । ଲେବାନନ୍ ରାଜଧାନୀ ବେରୁଟ ଉପରେ ଭୟଙ୍କର ବୋମାମାଡ଼ କରିଛି ଇସ୍ରାଏଲ । ପ୍ରାୟ ୫୩ ଗାଁ ଏବଂ ସହରରେ ହୋଇଛି ଏହି ବୋମାମାଡ଼ । ଗତ ଏକ ବର୍ଷ ମଧ୍ୟରେ ବେରୁଟ ସହର ଉପରେ ଏହା ପ୍ରଥମ ସିଧାସଳଖ ଆକ୍ରମଣ ।

    ସୂଚନାନୁଯାୟୀ,ଗତକାଲି ହେଜବୁଲ୍ଲା ସଙ୍ଗଠନ ପକ୍ଷରୁ ଇସ୍ରାଏଲର ଏକ ସାମରିକ ବେସ୍ ଉପରେ ରକେଟ୍ ମାଡ଼ କରାଯାଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଇସ୍ରାଏଲ୍ ଘନଘନ ବୋମାମାଡ଼ କରିଛି । ହେଜବୁଲ୍ଲାର ବରିଷ୍ଠ ନେତା ଏବଂ ସେମାନଙ୍କର ଗୁପ୍ତ ଆଡ୍ଡାଗୁଡ଼ିକୁ ଟାର୍ଗେଟ୍ କରିଛି ଆଇଡିଏଫ୍ । ବେରୁଟ ଦକ୍ଷିଣ ଉପକଣ୍ଠ ‘ଦାହିୟେ’ ଅଞ୍ଚଳରେ ୧୨ରୁ ଅଧିକ ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ଆକ୍ରମଣ ପରେ ବେରୁଟ ସହର କଳା ଧୂଆଁରେ ଭରିଯାଇଛି । ହଜାର ହଜାର ଲୋକ ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲି ଯାଉଛନ୍ତି । ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଆମେରିକା ଏବଂ ଇସ୍ରାଏଲ୍ ବିରୋଧରେ ଏହି ଲଢ଼େଇ ଜାରି ରଖିବେ ବୋଲି କହିଛି ହେଜବୁଲ୍ଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.8 ° C
    40.8 °
    40.8 °
    10 %
    3.7kmh
    0 %
    Mon
    40 °
    Tue
    41 °
    Wed
    43 °
    Thu
    44 °
    Fri
    44 °

    ସମ୍ବନ୍ଧିତ