Thursday, September 3, 2026
24.8 C
Odisha

    ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ, ମସ୍କଟରେ ଜରୁରୀ ଅବତରଣ କଲା ଇଣ୍ଡିଗୋ

    ଆଗକୁ ପଢନ୍ତୁ

    ବେଙ୍ଗାଲୁରୁ : ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ମସ୍କଟରେ ବିମାନଟି ଜରୁରୀ ଅବତରଣ କରିଛି । ଉଡ଼ାଣ ସମୟରେ ବିମାନ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ବିମାନକୁ ମସ୍କଟ ଡାଇଭର୍ଟ କରାଯାଇ ଜରୁରୀ ଅବତରଣ କରାଯାଇଥିଲା ।

    ଖବର ମୁତାବକ, ଦୋହାରୁ ବେଙ୍ଗାଲୁରୁ ଯାଉଥିବା IndiGo 6E 1302ର ଏକ ଯାତ୍ରୀବାହୀ ବିମାନକୁ ଗୁରୁବାର ମସ୍କଟକୁ ସୁରକ୍ଷିତ ଭାବେ ଡାଇଭର୍ଟ କରାଯାଇଛି । ବିମାନର ପାଇଲଟ୍ଙ୍କ ହଠାତ୍ ଅସୁସ୍ଥତା କାରଣରୁ ଏହି ପଦକ୍ଷେପ ନିଆଯାଇଥିଲା । ବିମାନଟି ଦୋହାରୁ ବେଙ୍ଗାଲୁରୁ ଯାଉଥିବା ବେଳେ ପାଇଲଟଙ୍କ ଦେହ ଖରାପ ହୋଇଯାଇଥିଲା । ତେଣୁ ବିମାନକୁ ଜରୁରୀ ଅବତରଣ କରାଯାଇ ପାଇଲଟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

    ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନକୁ ମସ୍କଟ ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ମସ୍କଟ ବିମାନବନ୍ଦରରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିବା ପରେ ପାଇଲଟ୍ଙ୍କୁ ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଥିଲା । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି ।

    ତେବେ ମସ୍କଟରେ ଅଟକିଥିବା ଯାତ୍ରୀମାନଙ୍କୁ ବେଙ୍ଗାଲୁରୁ ପହଞ୍ଚାଇବା ପାଇଁ IndiGo ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ମସ୍କଟ ବିମାନବନ୍ଦରରେ ଅପେକ୍ଷା କରୁଥିବା ଯାତ୍ରୀମାନଙ୍କୁ IndiGo ପକ୍ଷରୁ ଖାଦ୍ୟ ଓ ପାନୀୟ ଯୋଗାଇବା ସହ ନିୟମିତ ଭାବେ ଯାତ୍ରା ସମ୍ପର୍କିତ ଅପଡେଟ୍ ଦିଆଯାଉଛି । ଯାତ୍ରୀମାନଙ୍କ ଅସୁବିଧା ପାଇଁ ଏୟାରଲାଇନ୍ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    85 %
    1.9kmh
    100 %
    Thu
    25 °
    Fri
    29 °
    Sat
    30 °
    Sun
    29 °
    Mon
    30 °

    ସମ୍ବନ୍ଧିତ