Sunday, October 18, 2026
21.4 C
Odisha

    ମଦ ଦୋକାନ ଭିତରେ ପଶି ଆତଙ୍କ ଖେଳାଇଲା ବାଘ, କର୍ମଚାରୀଙ୍କୁ କଲା ଆକ୍ରମଣ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରାଜସ୍ଥାନର ଟୋଙ୍କ ସହରରେ ଏକ ଶାନ୍ତ ସକାଳ ହଠାତ୍ ଭୟଙ୍କର ପରିସ୍ଥିତିରେ ପରିଣତ ହୋଇଥିଲା। ଏକ କାଲରାପତ୍ରିଆ ବାଘ ଏକ ବ୍ୟସ୍ତ ବଜାର ଅଞ୍ଚଳକୁ ପଶି ଆସି ତିନି ଜଣଙ୍କୁ ଆକ୍ରମଣ କରିବା ପରେ ଶେଷରେ ଏକ ମଦ ଦୋକାନ ଭିତରେ ଲୁଚି ରହିଥିଲା। ସୋମବାର ଘଟିଥିବା ଏହି ଘଟଣା ପରେ ବଜାରରେ ଥିବା ଲୋକମାନେ ଭୟଭୀତ ହୋଇ ନିଜ ସୁରକ୍ଷା ପାଇଁ ଦୌଡ଼ିଥିଲେ। ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅଭିଯାନ ପରେ ବନ ବିଭାଗର କର୍ମଚାରୀମାନେ ଚିତାବାଘକୁ ନିଶ୍ଚେତକ ଦେଇ କାବୁ କରିଥିଲେ। ପରେ ତାକୁ ସୁରକ୍ଷିତ ଭାବେ ଦୋକାନରୁ ବାହାର କରାଯାଇ ଚିକିତ୍ସା ପରୀକ୍ଷା ପାଇଁ ନିଆଯାଇଥିଲା।

    ସୂଚନା ଅନୁସାରେ, ଟୋଙ୍କ ସହରର ବାହାର ଅଞ୍ଚଳରେ ପ୍ରଥମେ ଚିତାବାଘକୁ ଦେଖାଯାଇଥିଲା। ପରେ ସେ ପ୍ରାୟ ୪୦୦ ମିଟର ଦୌଡ଼ି ବଜାର ଭିତରକୁ ପଶି ଆସିଥିଲା। ଏହି ସମୟରେ ସେ ଜଙ୍ଗଲ ବିଭାଗର କର୍ମଚାରୀ ରାକେଶ ମାଲିଙ୍କୁ ଆକ୍ରମଣ କରିଥିଲା ଏବଂ ପରେ ଏକ ମଦ ଦୋକାନ ଭିତରକୁ ପଶି ଯାଇଥିଲା।

    ଭାଇରାଲ ହୋଇଥିବା CCTV ଫୁଟେଜ୍‌ରେ ଦେଖାଯାଇଛି ଯେ, କାଲରାପତ୍ରିଆ ବାଘ ହଠାତ୍ ଦୋକାନ ଭିତରକୁ ପଶି ଯାଇ ଦୋକାନ କର୍ମଚାରୀ ସଞ୍ଜୟ ଗୁର୍ଜରଙ୍କ ଉପରେ ଆକ୍ରମଣ କରିଥିଲା। ସଞ୍ଜୟ ନିଜକୁ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢ଼ିଥିଲେ ଏବଂ କଷ୍ଟରେ ଦୋକାନରୁ ବାହାରି ଆସିଥିଲେ। ଏହା ପରେ ଚିତାବାଘ ଦୋକାନ ଭିତରେ ଥିବା ଏକ ଟେବୁଲ ତଳେ ଲୁଚି ରହିଥିଲା।

    ଦୋକାନକୁ ପଶିବା ପୂର୍ବରୁ ଚିତାବାଘ ବାହାରେ ବସିଥିବା ଫତେହ ଲାଲ କୋଲିଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଆକ୍ରମଣରେ ସଞ୍ଜୟ ଗୁର୍ଜରଙ୍କ ନାକ, ପିଠି ଓ ଶରୀରର ଅନ୍ୟାନ୍ୟ ଅଂଶରେ ଆଘାତ ଲାଗିଥିଲା। ତଥାପି ସେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ

    କାଲରାପତ୍ରିଆ ବାଘ ଦୋକାନ ଭିତରେ ରହିଥିବା ଦେଖି ସ୍ଥାନୀୟ ଲୋକମାନେ ବାହାରୁ ଦୋକାନର ଶଟର ବନ୍ଦ କରିଦେଇଥିଲେ। ଏହା ଫଳରେ ଚିତାବାଘ ଆଉ ଆଗକୁ ବଜାର ଅଞ୍ଚଳକୁ ଯାଇପାରିନଥିଲା। ଆହତ ରାକେଶ ମାଲିଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.4 ° C
    21.4 °
    21.4 °
    93 %
    0.8kmh
    92 %
    Sun
    31 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ