Friday, June 6, 2025
30 C
Odisha

ମଧ୍ୟାହ୍ନ ଭୋଜନରେ ଝିଟିପିଟି ! ଛାତ୍ରଛାତ୍ରୀ ଅସୁସ୍ଥ

ଆଗକୁ ପଢନ୍ତୁ

ସୋର :  ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ଶିରାପୁର ଉଦୟନାରାୟଣ ନୋଡାଲ ସ୍କୁଲରେ  ମଧ୍ୟାହ୍ନ ଭୋଜନରେ ପୁଣି ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ପ୍ରାୟ ୧୦୦ ପିଲା ଅସୁସ୍ଥ ହୋଇପଡ଼ିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଥିବା ପ୍ରାଥମିକ ସୂଚନାରୁ ପ୍ରକାଶ । ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।ସୂଚନାରୁ ପ୍ରକାଶ ଆଜି ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଭାତ ଓ ତରକାରୀ ଦିଆଯାଇଥିଲା । ଖାଇବାର କିଛି ସମୟ ପରେ କେତେ ଜଣ ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେମାନେ ବାନ୍ତି କରିବା ସହ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଝିଟିପିଟି ପଡ଼ି ଖାଦ୍ୟ ବିଷାକ୍ତ ହୋଇଯାଇଥିଲା । ଛୋଟ ଛୋଟ ପିଲାଙ୍କ ଜୀବନକୁ ନେଇ ଖେଳ ଖେଳୁଥିବା କର୍ମଚାରୀ ଓ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ଗ୍ରାମବାସୀ ଓ ପୀଡ଼ିତ ଛାତ୍ରଛାତ୍ରୀଙ୍କ ପରିବାର ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
30 ° C
30 °
30 °
45 %
1.9kmh
83 %
Fri
28 °
Sat
39 °
Sun
41 °
Mon
42 °
Tue
42 °

ସମ୍ବନ୍ଧିତ