Wednesday, October 14, 2026
26.2 C
Odisha

    ମରିୟମଙ୍କ ବିରୋଧରେ ଫତୱା ଜାରି ପାଇଁ ଦାବି: ୟୁଏଇ ରାଷ୍ଟ୍ରପତିଙ୍କ ସହ ହାତମିଳାଇବାକୁ ନେଇ ହଙ୍ଗାମା

    ଆଗକୁ ପଢନ୍ତୁ

    ଇସଲାମାବାଦ: ପଞ୍ଜାବ ପ୍ରଦେଶର ସିଏମ ମରିୟମ ନୱାଜ ଶିକାର ପାଇଁ ପାକିସ୍ତାନକୁ ଆସିଥିବା ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାଏଦଙ୍କ ସହ ହାତ ମିଳାଇବା ନେଇ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ପାକିସ୍ତାନରେ ମୁଖ୍ୟ ବିରୋଧୀ ଦଳ, ଇମ୍ରାନ ଖାନଙ୍କ ପିଟିଆଇ ଠାରୁ  ଆରମ୍ଭକରି ଏମକ୍ୟୁଏମ ନେତା ଅଲତାଫ ହୁସେନ୍‌ଙ୍କ  ପର୍ଯ୍ୟନ୍ତ ବହୁ ନେତା ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ନୱାଜ ସରିଫଙ୍କ ଝିଅଙ୍କର ହାତ ମିଳାଇବାର ଶୈଳୀକୁ ଅଣ-ଇସଲାମିକ ବୋଲି କୁହାଯାଉଛି।

    ସୋସିଆଲ ମିଡିଆରେ ମରିୟମ ନୱାଜଙ୍କ ଫଟୋର ସେୟାର କରି କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି।   ମରିୟମ ନୱାଜଙ୍କ ବିରୋଧରେ ଫତୱା ଜାରି କରିବାକୁ  ଦାବି କରାଯାଉଛି। ୟୁଏଇ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମରିୟମ ନୱାଜ ପ୍ରଧାନମନ୍ତ୍ରୀ  ତଥା ଚାଚା  ଶେହବାଜ ସରିଫଙ୍କ ସହିତ ପଞ୍ଜାବ ପ୍ରଦେଶର ରହିମୟାର ଖାନ ବିମାନ ବନ୍ଦରରେ ପହଞ୍ଚିଥିଲେ।

    ଏମକ୍ୟୁଏମ ନେତା ଅଲତାଫ ହୁସେନ୍ ମରିୟମ ନୱାଜଙ୍କ ଫଟୋ ସେୟାର କରି କହିଛନ୍ତି, ସମ୍ମାନିତ ମୁଫତି, ପଣ୍ଡିତ ତଥା ଇସଲାମ ପରିଷଦର ସଦସ୍ୟମାନେ ଦୟାକରି ସର୍ବସମ୍ମତି କ୍ରମେ ମରିୟମ ନୱାଜଙ୍କ ବିରୋଧରେ ଏକ ଫତୱା ଜାରି କରନ୍ତୁ। ମୁଫତି ଏବଂ ଶିକ୍ଷିତ ପାକିସ୍ତାନୀ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଯେ, ମରିୟମଙ୍କ ବିରୁଦ୍ଧରେ ସର୍ବସମ୍ମତି କ୍ରମେ ଏକ ଫତୱା ଜାରି କରାଯିବ। ସେ କହିଛନ୍ତି, ୟୁଏଇର ରାଷ୍ଟ୍ରପତି ଶିକାର ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। ତାଙ୍କୁ ପଞ୍ଜାବ ଭିତରେ ଜମି ମଧ୍ୟ ଦିଆଯାଇଛି ଏବଂ ସେଠାରେ ଏକ ରାଜପ୍ରାସାଦ ମଧ୍ୟ ନିର୍ମାଣ କରାଯାଇଛି।

    ଇସଲାମ ଅନୁଯାୟୀ ୟୁଏଇ ରାଷ୍ଟ୍ରପତିଙ୍କ ସହ ମରିୟମ ନୱାଜଙ୍କ ସହ ହାତ ମିଳାଇବା ଠିକ୍ ଅଛି କି ନାହିଁ ତାହା କହିବା ପାଇଁ ସେ ପାକିସ୍ତାନୀ ମୁଫତିମାନଙ୍କୁ ଦାବି କରିଛନ୍ତି। ସେ କହିଛନ୍ତି,  ଯଦି ମୁଫତି ଏହା ନ କୁହନ୍ତି ତେବେ ପାକିସ୍ତାନୀ ମହିଳାଙ୍କୁ ସମାଲୋଚନା କରିବାର ତାଙ୍କର କୌଣସି ଅଧିକାର ନାହିଁ।

    ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ନେତା ଶେହବାଜ ଗିଲ ୟୁଏଇ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଶଂସା କରିଥିଲେ କିନ୍ତୁ ସରିଫ ପରିବାରର ଆଚରଣକୁ ସମାଲୋଚନା କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ସରିଫ ପରିବାର କୂଟନୈତିକ ମାନଦଣ୍ଡ ଏବଂ ପ୍ରୋଟୋକଲକୁ ଉଲ୍ଲଂଘନ କରିଛନ୍ତି।   ଅନେକ ୟୁଜର ମରିୟମ ଏବଂ ୟୁଏଇ ରାଷ୍ଟ୍ରପତିଙ୍କ ଅଶ୍ଳୀଳ ଫଟୋ ସେୟାର କରୁଛନ୍ତି।  ମରିୟମଙ୍କ ହାତ ମିଳାଇବାକୁ ନେଇ ପାକିସ୍ତାନୀ ସୋସିଆଲ ମିଡିଆରେ ତୀବ୍ର ବିତର୍କ ଜାରି ରହିଛି। ଦଶନ୍ଧି ଧରି ପାକିସ୍ତାନ ଗଲ୍ଫ ଦେଶର ଧନୀ ଶେଖମାନଙ୍କୁ  ଶିକାର ପାଇଁ ନିମନ୍ତ୍ରଣ କରିଆସୁଛି। ଏହାର ପ୍ରତିବଦଳରେ ପାକିସ୍ତାନ ବହୁ ଅର୍ଥ ଉପାର୍ଜନ କରିଥାଏ। ଏଥିସହ ପାକିସ୍ତାନ ଗଲ୍ଫ ଦେଶ ସହ ସମ୍ପର୍କକୁ ମଜବୁତ କରିଛି। ଗଲ୍ଫ ଦେଶର ଏହି ଶେଖମାନେ ହୁବାରା ପକ୍ଷୀକୁ ଶିକାର କରିବାକୁ ଆସନ୍ତି । ଯାହାର ମାଂସ ଯୌନ ଶକ୍ତି ବୃଦ୍ଧିରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଇଥାଏ। ୟୁଏଇ ରାଷ୍ଟ୍ରପତି ତାଙ୍କ ସହିତ ସେନା କର୍ମଚାରୀ ଏବଂ ସମସ୍ତ ବିଳାସପୂର୍ଣ୍ଣ ସାମଗ୍ରୀ ଆଣିଛନ୍ତି। ସେ ତାଙ୍କ ପାକିସ୍ତାନୀ ପ୍ରାସାଦରେ ପ୍ରାୟ ଏକ ସପ୍ତାହ ରହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ