Thursday, December 11, 2025
15.2 C
Odisha

    ମଶା ଧୂପରୁ ମହାଭାରତ: ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳରେ ୩ ଗୁରୁତର

    ଆଗକୁ ପଢନ୍ତୁ

    ବାଲେଶ୍ବର: ମଶା ଧୂପରୁ ମହାଭାରତ । ସାମାନ୍ୟ ମଶା ଧୂପ କିଣିବାକୁ ନେଇ ଦୋକାନୀ ଓ ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳ । ଗଣ୍ଡଗୋଳରେ ୩ ଗୁରୁତର। ସମସ୍ତଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋଟିଏ ପରିବାର ୩ ସସଦ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି । ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଯୁବକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ମାନେ ହେଲେ ମହେଶ୍ଵର ପ୍ରଧାନ, ପୀତାମ୍ବର ପ୍ରଧାନ, କୁନି ପ୍ରଧାନ।

    ସୂଚନା ଅନୁଯାୟୀ, ଘୋଡ଼ାପଦା ଛକରେ ମହେଶ୍ଵରଙ୍କ ଚା, ପାନ ଦୋକାନରେ ଜଣେ ଗ୍ରାହକଙ୍କ ସହ ପାଟିତୁଣ୍ଡ ହୋଇଥିଲା । ପାନ ,ଗୁଆ ଓ ମଶା ଧୂପ କିଣିବାକୁ ଆସିଥିବା ଗ୍ରାହକଙ୍କ ସହ ମହେଶ୍ବରଙ୍କ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା। ଏହାକୁ ନେଇ ପରିଖି ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ହେଲେ ଗତ ରାତିରେ ହଠାତ ଏହି ଘଟଣାକୁ ନେଇ ୨୦ରୁ ଊର୍ଦ୍ଧ୍ବ ଯୁବକ ମହେଶ୍ଵରଙ୍କ ଘରେ ପଶି ଧାରୁଆ ଅସ୍ତ୍ରରେ ମହେଶ୍ଵରଙ୍କ ପରିବାର ୩ ଜଣ ସଦସ୍ୟଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    15.2 ° C
    15.2 °
    15.2 °
    39 %
    1.8kmh
    0 %
    Thu
    15 °
    Fri
    26 °
    Sat
    27 °
    Sun
    27 °
    Mon
    28 °

    ସମ୍ବନ୍ଧିତ