Friday, March 27, 2026
31.5 C
Odisha

    ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର, ଆଜିଠୁ ନୂଆ ଦର ହେବ ଲାଗୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ଆମେରିକା-ଇସ୍ରାଲଏ ଓ ଇରାନ ଯୁଦ୍ଧ ମଧ୍ୟରେ ବଢ଼ିଲା LPG ଦର । ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ୬୦ ଟଙ୍କା ବୃଦ୍ଧି ହୋଇଛି । ସେହିପରି କମର୍ସିଆଲ ଗ୍ୟାସ ମୂଲ୍ୟରେ ୧୧୫ ଟଙ୍କା ବଢ଼ିଛି । ଆଜିଠୁ ନୂଆ ଦର ଲାଗୁ ହେବ । ପୂର୍ବରୁ ଘରୋଇ LPG ୮୫୩ ଟଙ୍କା ଥିଲା । କମର୍ସିଆଲ LPG ଦର ବି ବଢ଼ିଛି । ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଅଶୋଧିତ ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି ପାଇଛି। ଏବର୍ଷ କମର୍ସିଆଲ ଗ୍ୟାସ ମୂଲ୍ୟରେ ଲଗାତାର ତୃତୀୟ  ଥର ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରୁ ଭାରତ ଏଲ୍ ପିଜି ଆମଦାନି କରିଥାଏ ।

    ଯୁଦ୍ଧ ପାଇଁ ଏଲ୍ ପିଜି ଆମଦାନି ପ୍ରଭାବିତ ହୋଇଛି। ଗତବର୍ଷ ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ଏଲ୍ ପିଜି ଆମଦାନିକାରୀ ଥିଲା । ଦେଶରେ ୩୩ ଦଶମିକ୧୫ ନିୟୁତ ଟନ୍ ଏଲ୍ ପିଜି ବ୍ୟବହାର ହୋଇଥିଲା । ଦେଶରେ ବ୍ୟବହାର ହେଉଥିବା ମୋଟ ଏଲ୍ ପିଜିର ପ୍ରାୟ ଦୁଇ ତୃତୀୟାଂଶ ଆମଦାନି ହୋଇଥାଏ । ସେଥିରୁ ୮୫ରୁ ୯୦ ପ୍ରତିଶତ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଦେଶରେ ୯୦ ପ୍ରତିଶତ ଏଲ୍ ପିଜିକୁ ରୋଷେଇ ପାଇଁ ବ୍ୟବହାର କରାଯାଉଛି । ଏଲପିଜିର ୩୩ କୋଟି ଗ୍ରାହକ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ