Monday, June 9, 2025
39.7 C
Odisha

    ମହାକାଶ ଷ୍ଟେସନକୁ ଚଲାଇବ ରୋବର୍ଟ ରୁଷ୍‍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ରୁଷୀୟ ମହାକାଶ ଏଜେନ୍ସି ଏକ ନୂତନ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ଦିଗ ନିର୍ଣ୍ଣ କରିପାରିବ । ଏହି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ରୁଷିଆ ଏବେ କୌଣସି ମାନବ ହସ୍ତକ୍ଷେପ ବିନା କକ୍ଷ ଷ୍ଟେସନରୁ ସିଧାସଳକ ମହାକାଶ ଯାନ ଉତକ୍ଷେପଣ କରିପାରିବ । କେବଳ ଏତିକି ନୁହେଁ ଏହି ନୂତନ ରୁଷୀୟ ଅର୍ବିଟାଲ ଷ୍ଟେସନ ମଧ୍ୟ ମଣିଷ ଦ୍ୱାରା ବରଂ ରୋବର୍ଟ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ।

    ରୁଷୀୟ ସମାଚାର ଏଜେନ୍ସି ଟାସ୍‍ ର ରିପୋର୍ଟ ଅନୁଯାୟୀ ରୁଷିଆ ଏହି ସ୍ୱୟଂଚାଳିତ ମହାକାଶ ପ୍ରକ୍ଷେପଣ ଏବଂ ରୋବୋଟିକ୍‍ ରକ୍ଷଣାବେକ୍ଷଣ ପ୍ରଣାଳୀକୁ ମଧ୍ୟ ପେଟେଣ୍ଟ କରିଛି । ଏହା ବିଶ୍ୱର ପ୍ରଥମ ପ୍ରଯୁକ୍ତିବିଦ୍ୟା ହେବ ଯାହା ଭବିଷ୍ୟତରେ ମହାକାଶ ଯୁଦ୍ଧର ଦିଗ ନିର୍ଣ୍ଣୟ କରିପାରିବ । ରୁଷିଆର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଡେନିସ୍‍ ମାଣ୍ଟୁରୋଭ୍‍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ଙ୍କୁ ଏହି ଅତ୍ୟନ୍ତ ମହତ୍ୱାକାଂକ୍ଷୀ ପ୍ରଯୁକ୍ତିବିଦ୍ୟା ବିଷୟରେ ସୂଚନା ଦେଇଥିଲେ । ମାଣ୍ଟୁରୋଭ୍‍ କହିଛନ୍ତି ଯେ ରୁଷ ୨୦୩୦ ସୁଦ୍ଧା ମଡ୍ୟୁଲ୍‍-ବାଇ-ମଡ୍ୟୁଲ୍‍ ଭାବରେ ନିଜର ଅର୍ବିଟାଲ ଷ୍ଟେସନ ନିର୍ମାଣ କରିବା ଲାଗି ଯୋଜନା ପ୍ରସ୍ତୁତ କରି ଦ୍ରୁତ ଗତିରେ କାମ କରୁଛି । ସେ କହିଛନ୍ତି ରୁଷିଆର ଅର୍ବିଟାଲ ଷ୍ଟେସନ ବିଶ୍ୱର ପ୍ରଥମ ଡ୍ରୋନ୍‍ ପ୍ଲାଟଫର୍ମ ହେବ । ଯାହାର ରକ୍ଷଣାବେକ୍ଷଣ ପାଇଁ ସମ୍ପୂର୍ଣ୍ଣ ଭାବରେ ରୋବର୍ଟ ଉପରେ ନିର୍ଭରଶୀଳ ହେବ । ପୁଟିନ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହି ପ୍ରୋଜେକ୍ଟର ସମୀକ୍ଷା କରିଥିଲେ । ଏହାକୁ ୨୦୨୭ରୁ ୨୦୩୩ ମଧ୍ୟରେ ନିକଟବର୍ତ୍ତୀ-ପୋଲାର୍‍ କକ୍ଷପଥରେ ନିୟୋଜିତ କରିବାକୁ ଯୋଜନା କରାଯାଇଛି । ରୁଷର ପ୍ରଥମ ଅଂଶ ଭାବରେ, ୨୦୨୭ ଶେଷ ସୁଦ୍ଧା ବୈଜ୍ଞାନିକ ଏବଂ ଶକ୍ତି ମଡ୍ୟୁଲ୍‍ ଲଞ୍ଚ କରାଯିବ । ଏହାପରେ ୨୦୩୦ ସୁଦ୍ଧା ୟୁନିଭର୍ସାଲ୍‍-ନୋଡ୍‍ ଗେଟୱେ ଏବଂ ବେସ୍‍ ମଡ୍ୟୁଲ୍‍ ଲଞ୍ଚ କରି ମୁଖ୍ୟ ଷ୍ଟେସନର ଗଠନ ପ୍ରସ୍ତୁତ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୨୦୩୧ରୁ ୨୦୩୩ ମଧ୍ୟରେ ଷ୍ଟେସନ ସହିତ ଦୁଇଟି ଟାର୍ଗେଟ୍‍ ମଡ୍ୟୁଲ୍‍ ସଂଯୋଗ କରି ଏହାର କ୍ଷମତାକୁ ଆହୁରି ବୃଦ୍ଧି କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    39.7 ° C
    39.7 °
    39.7 °
    20 %
    4.2kmh
    22 %
    Mon
    40 °
    Tue
    41 °
    Wed
    39 °
    Thu
    36 °
    Fri
    38 °

    ସମ୍ବନ୍ଧିତ