Sunday, October 18, 2026
23.2 C
Odisha

    ନିଟ୍ ପରୀକ୍ଷାରେ ଭଲ ହୋଇନଥିବାରୁ ଜୀବନ ହାରିଲେ ଛାତ୍ର

    ଆଗକୁ ପଢନ୍ତୁ

    ଭଦ୍ରକ  : ନିଟ୍ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ଜାଣି ଜୀବନ ହାରିଲେ ଛାତ୍ର। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ତିହିଡି ଥାନା ଅଧିନସ୍ଥ ନୁନ୍ଦର ଗାଁରେ। ମୃତ ଛାତ୍ର ହେଉଛନ୍ତି ଜ୍ୟୋତି ପ୍ରକାଶ ବାରିକ । ବାପଙ୍କ ଚା ଦୋକାନକୁ ମାଆ ଯାଇଥିବାବେଳେ ଘରେ କେହି ନଥିଲେ। ଏକାକୀ ଥିବାର ସୁଯୋଗ ନେଇ ଭଦ୍ରକ ସ୍ଥିତି ଭଡା ଘରେ ଜ୍ୟୋତି ଫ୍ୟାନରେ ଝୁଲିପଡିଛନ୍ତି। ନୁନ୍ଦର ଗାଁର ଗିରିଧାରୀ ବାରିକ ଦୀର୍ଘ ବର୍ଷ ହେବ ଭଦ୍ରକ ସହରରେ ଏକ ଭଡା ଘରେ ରହି ଚା ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ।

    ଘରେ ସ୍ତ୍ରୀ ଓ ପୁଅ ମଧ୍ୟ ରହୁଥିଲେ । ପୁଅ ଜ୍ୟୋତି ପ୍ରକାଶ ବାରିକ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ତେବେ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ଥିବା ନିଜେ ଜାଣିବାକୁ ପାଇଥିଲେ । ବାପା ଓ ମାଆ ଚା ଦୋକାନ ଯାଇଥିବା ବେଳେ ଜ୍ୟୋତି ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘରକୁ ଫେରି ପୁଅକୁ  ଫ୍ୟାନରେ ଝୁଲୁଥିବାର ଦେଖି ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    82 %
    1.2kmh
    100 %
    Sun
    23 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ