Monday, April 13, 2026
28.8 C
Odisha

    ମହାରାଷ୍ଟ୍ରରେ କେନ୍ଦ୍ରମନ୍ତ୍ରୀଙ୍କ ଝିଅଙ୍କୁ ଦୁର୍ବ୍ୟବହାର: ଏତଲା ଦେବାକୁ ଥାନାରେ ପହଞ୍ଚିଲେ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ରକ୍ଷା ଖଡ଼ସେ ତାଙ୍କ ନାବାଳିକା ଝିଅ ଏବଂ ତା’ର ସାଥୀ ଝିଅମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି। ମହାରାଷ୍ଟ୍ରର ଜଳଗାଓଁରେ ସନ୍ଥ ମୁକ୍ତାଇ ଯାତ୍ରା ସମୟରେ ଏଭଳି ଘଟିଥିବା ଦର୍ଶାଇ ନିଜେ କେନ୍ଦ୍ରମନ୍ତ୍ରୀ ଖଡ଼ସେ ଆଜି ଥାନାରେ ଏତଲା ଦେଇଛନ୍ତି। ଖଡ଼ସେ କହିଛନ୍ତି, ପ୍ରତିବର୍ଷ ମହାଶିବରାତ୍ରୀ ଅବସରରେ ଏହି ଅଞ୍ଚଳରେ ସନ୍ଥ ମୁକ୍ତାଇ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଦୁଇ ଦିନ ତଳେ ମୋ ଝିଅ ଯାତ୍ରାକୁ ଯାଇଥିଲା। ସେଠାରେ କିଛି ଯୁବକ ତା’କୁ ଓ ତା’ର ଅନ୍ୟ ସାଥୀମାନଙ୍କୁ ଦୁର୍ବ୍ୟବହାର କରିଥିଲେ।ସେମାନଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ମୁଁ ଥାନାକୁ ଯାଇଥିଲି ବୋଲି ରକ୍ଷା ଖଡ଼ସେ ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣା ସମୟରେ ଅଭିଯୁକ୍ତମାନେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ କଲାର ଧରି ତାଙ୍କୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ସେମାନଙ୍କ ମଧ୍ୟରୁ କେତେକ ଆପରାଧିକ ପୃଷ୍ଠଭୂମିର ଏବଂ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ)ର ବିଧାୟକ ଚନ୍ଦ୍ରକାନ୍ତ ପାଟିଲଙ୍କ ସମର୍ଥକ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ କେତେକଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

    ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଇତିମଧ୍ୟରେ ଜଣେ ଅଭିଯୁକ୍ତକୁଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଟିମ୍ ଗଠନ କରାଯାଇଛି। ଫେବ୍ରୁଆରି ୨୮ ତାରିଖରେ ମୁକ୍ତାଇନଗର ତାଲୁକାର କୋଥାଲି ଗାଁରେ ଏହି ଯାତ୍ରା ହୋଇଥିଲା। ମୁକ୍ତାଇନଗର ସିଟିର ଅନିକେତ ଘୁଇ ଓ ତା’ର ୬ ଜଣ ସାଙ୍ଗ ଏହି ଯାତ୍ରାରେ ଝିଅମାନଙ୍କୁ ଦୁର୍ବ୍ୟବହାର କରିଥିବା ରିପୋର୍ଟ ମିଳିଛି। ଅନିକେତ ଓ ତା’ର ସାଙ୍ଗମାନେ ୩-୪ ଜଣ ନାବାଳିକାଙ୍କୁ ବାରମ୍ବାର ଧକ୍କା ଦେବା ସହ ଅଶାଳୀନ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    29 %
    2.1kmh
    0 %
    Mon
    29 °
    Tue
    41 °
    Wed
    43 °
    Thu
    44 °
    Fri
    43 °

    ସମ୍ବନ୍ଧିତ