Thursday, August 13, 2026
27.5 C
Odisha

    ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା, ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ ।  ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା ।  ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।  ସେବାୟମାନେ ନୀତିକାନ୍ତି ଠିକ ସମୟରେ ସରିବା ନେଇ ପ୍ରତିଶୃତି ଦେଇଛନ୍ତି ।

    ଜିଲ୍ଲାପାଳ, ଡିସିପି ଓ ଅନ୍ୟ ଅଧିକାରୀ ଉପସ୍ଥିତ ଅଛନ୍ତି । ଦୀପ ବସାଇବାକୁ ରାତିରେ ଯେପରି ବିଶୃଙ୍ଖଳା ନ ହୁଏ, ସେଥିପାଇଁ ସ୍ଥାନ ନିର୍ଧାରଣ ହୋଇଛି ।  ମହାଦୀପ ଠିକ ସମୟରେ ଉଠିବା ନେଇ କାମ ଚାଲଛି । ନୀତିକାନ୍ତି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ଚାଲିଛି ।  ଏଥିସହ ପାସ୍ ବିଭ୍ରାଟ ଆଦୌ ହୋଇନି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।  ଗତ ଥର କିଛି ଦୁର୍ବୃତ୍ତ ପାସ୍ କୁ ଜେରକ୍ସ କରିଥିଲେ ।  ଏଥର ସେଥିପାଇଁ ପାସରେ QR କୋଡ଼ ଲଗାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    83 %
    2.4kmh
    100 %
    Thu
    27 °
    Fri
    25 °
    Sat
    25 °
    Sun
    24 °
    Mon
    26 °

    ସମ୍ବନ୍ଧିତ