Saturday, May 30, 2026
26.9 C
Odisha

    ମହିଳାଙ୍କ ସମାନତା ପାଇଁ ବିଜେଡିର ଆହ୍ୱାନ, ୨୫ ତାରିଖ ଯାଏଁ ନାରୀ ଅଧିକାର ଅଭିଯାନ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମହିଳାଙ୍କ ସମାନତା ପାଇଁ ବିଜେଡିର ଆହ୍ୱାନ । ଆଜିଠାରୁ ୨୫ ତାରିଖ ଯାଏଁ ବିଜୁ ମହିଳା ଜନତା ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ ଆରମ୍ଭ । ମାଆର ଅଧିକାର ଓ ସ୍ୱାଧୀନତାର ସୁରକ୍ଷା ପାଇଁ ଲଢ଼େଇ ଚାଲିବ । ନବୀନ ପଟ୍ଟନାୟକଙ୍କ ଶାସନ ଓ ବିଜୁ ବାବୁଙ୍କ ଶାସନରେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ବ ଦିଆଯାଇଥିଲା। ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ।

    ନବୀନ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତକୁ ବଢ଼ାଇଥିଲେ । ୮୦ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିଥିଲେ ବୋଲି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ଏବେ ବିଜେପି ସରକାରରେ ୪୮ ହଜାର ମହିଳା ନିର୍ଯାତନା ମାମଲା ହେଲାଣି ।

    ଭରତପୁର, ଢେଙ୍କାନାଳ, ଗୋପାଳପୁର, ହିଞ୍ଜିଳି ସବୁଠି ମହିଳା ନିର୍ଯାତନା ଘଟଣା ସାମ୍ନାକୁ ଆସିଛି। ମହିଳା ସଂରକ୍ଷଣ ବିଲ ୨୦୨୩ ରେ ପାରିତ ହୋଇଥିଲା, ହେଲେ ମହିଳା ବିରୋଧୀ ବିଜେପି ଏହି ସଂରକ୍ଷଣ ଲାଗୁ କଲେନି । ଏହା ବିରୋଧରେ ବିକ୍ଷୋଭ କରାଯିବ । ପଞ୍ଚାୟତ ଓ ବ୍ଳକସ୍ତରରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସ୍ନେହାଙ୍ଗିନୀ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ