Saturday, May 30, 2026
26.9 C
Odisha

    ଲଣ୍ଡନରେ ଇସ୍କନ ପକ୍ଷରୁ ପୁଣି ମହାପ୍ରଭୁଙ୍କ ଅଦିନିଆ ସ୍ନାନଯାତ୍ରା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ପୁଣି ମହାପ୍ରଭୁଙ୍କୁ ଅସମ୍ମାନ କଲା ଇସ୍କନ। ଲଣ୍ଡନରେ ଆଜି ଇସ୍କନ ପକ୍ଷରୁ ମହାପ୍ରଭୁଙ୍କ ଅଦିନିଆ ସ୍ନାନ ଯାତ୍ରା ଆୟୋଜନ କରାଯାଇଛି । ଲଣ୍ଡନ ନିକଟ ୱାଟଫୋର୍ଡରେ ଥିବା ଇସ୍କନର ଭକ୍ତି ବେଦାନ୍ତ ମନ୍ଦିରରେ ଏହି ସ୍ନାନ ଯାତ୍ରା ହେଉଛି । ଭାରତୀୟ ସମୟ ଅନୁସାରେ ପାଖାପାଖି ଦିନ ଗୋଟାଏ ୪୫ ମିନିଟରେ ଏହି ସ୍ନାନ ଯାତ୍ରା ଆରମ୍ଭ ହୋଇଛି । ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଯାତ୍ରା ପରେ ହାତୀ ବେଶ ମଧ୍ୟ କରାଯିବ ବୋଲି ଇସ୍କନ ପକ୍ଷରୁ ଏହାର ୱେବସାଇଟ ଓ ଅନ୍ୟ ସୋସିଆଲ୍ ମିଡିଆ ପେଜରେ ସୂଚନା ଦିଆଯାଇଛି ।

    ସେପଟେ ଏଭଳି ଅଦିନିଆ ସ୍ନାନ ଯାତ୍ରାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୂର୍ବରୁ ଇସ୍କନ ପକ୍ଷରୁ ବିଦେଶରେ ଅଦିନିଆ ସ୍ନାନ ଓ ରଥଯାତ୍ରାର ଆୟୋଜନ କରା ହୋଇଆସୁଛି । ..ଏପରିକି ଗଜପତି ମହାରାଜ ଇସ୍କନକୁ ଚିଠି ଲେଖି ଏ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ।ପରମ୍ପରାକୁ ଭାଙ୍ଗି ଅଦିନିଆ ସ୍ନାନ କିମ୍ବା ରଥଯାତ୍ରା ନ କରିବାକୁ କହିଥିଲେ । ଏହା ସତ୍ତ୍ବେ ଇସ୍କନ ମନମାନି କରି ସ୍ନାନ ଯାତ୍ରାର ଆୟୋଜନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ