Sunday, February 15, 2026
21.8 C
Odisha

    ମାଟ୍ରିକ ପରୀକ୍ଷା ପାଇଁ KISS ଛାତ୍ରଛାତ୍ରୀଙ୍କୁ ପେନ୍ ବଣ୍ଟନ, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଲେ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା । ଏଥର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ ସେସ୍(କିସ୍)ରୁ (କିସ୍)ରୁ ରେକର୍ଡ଼ ସଂଖ୍ୟକ ୨ହଜାର ୧୦୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । କୌଣସି ଏକ ବିଦ୍ୟାଳୟରୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାରେ କିସ୍ ହେଉଛି ଓଡ଼ିଶା ତଥା ସମଗ୍ର ଭାରତରେ ଏକମାତ୍ର ବିଦ୍ୟାଳୟ ।

    କିସ୍ ର ସର୍ବାଧିକ ୧୧ଶହ ଛାତ୍ରୀ ଓ ଏକ ହଜାର ଛାତ୍ର ମାଟ୍ରିକ ପରୀକ୍ଷା ଦେବେ । ଏହି ସମସ୍ତ ମାଟ୍ରିକ ପରୀକ୍ଷାର୍ଥୀ ଭୁବନେଶ୍ଵର ଚାରୋଟି ପରୀକ୍ଷା କେନ୍ଦ୍ର ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍-୪ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନିଳାଦ୍ରୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଆଇଆରସି ଭିଲେଜ ଏସବିଜି ବିଦ୍ୟାମନ୍ଦିରରେ ପରୀକ୍ଷା ଦେବେ ।

    ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ପେନ୍ ବଣ୍ଟନ କରିବା ସହ କିଭଳି ଚାପମୁକ୍ତ ହୋଇ ପରୀକ୍ଷା ଦେବେ ସେ ନେଇ ପରାମର୍ଶ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ ଡ . ସାମନ୍ତ । ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ନିଷ୍ଠା ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମୟୋଚିତ ମାର୍ଗଦର୍ଶନ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀନ୍ନ ହେବେ ବୋଲି ଡ.ସାମନ୍ତ ଆଶା ବ୍ୟକ୍ତ କରିଥିଲେ ।

    ସୂଚନାଯୋଗ୍ୟ କିସ୍ ପ୍ରତିଷ୍ଠା ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ପ୍ରତି ବର୍ଷ ମାଟ୍ରିକ ପରୀକ୍ଷାରେ କିସ୍ ଶତ ପ୍ରତିଶତ ସଫଳତା ହାସଲ କରିଆସୁଛି । ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା ନିମନ୍ତେ କିସ୍ ପକ୍ଷରୁ ୮୦ରୁ ଉର୍ଦ୍ଧ ବସ୍ ବ୍ୟବସ୍ଥା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    30 %
    2.1kmh
    2 %
    Sun
    21 °
    Mon
    33 °
    Tue
    33 °
    Wed
    34 °
    Thu
    36 °

    ସମ୍ବନ୍ଧିତ