Wednesday, October 14, 2026
23 C
Odisha

    ମାର୍ଗଶିର ଗୁରୁବାରରେ ମହିଳାଙ୍କ ତଣ୍ଟି କାଟିଦେଲେ

    ଆଗକୁ ପଢନ୍ତୁ

    ନୟାଗଡ଼ ଜିଲା ବାଣିଗୋଚ୍ଛା ଥାନା ଗଙ୍ଗାଡିହ ଗାଁ ରାସ୍ତାକଡ଼ରୁ ଗୁରୁବାର ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଠାବ ହୋଇଛି। କେହି ମହିଳାଙ୍କୁ ହତ୍ୟା କରି ପରବର୍ତ୍ତୀ ସମୟରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷେ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ପୋଲିସ ମହିଳାଙ୍କ ପରିଚୟ ଜାଣିବା ପାଇଁ ଛାନ୍‌ଭିନ ଆରମ୍ଭ କରିଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ମୁତାବକ, ତଣ୍ଟିକଟା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ