Friday, July 11, 2025
29.9 C
Odisha

    ମାଲ ବୋଝେଇ ଟ୍ରେନ ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ, ଗାଡ଼ି ଚଳା ଚଳ ବନ୍ଦ

    ଆଗକୁ ପଢନ୍ତୁ

    ଜୟପୁର   :    ଚିମିଡିପାଲି ନିକଟରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ।  ୨୫ଟି ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ ହୋଇଛି ।  ସୁଡ଼ଙ୍ଗ ମଧ୍ୟରେ ରହିଛି ଟ୍ରେନର ଅଧା ବଗି ।   କେ କେ ଲାଇନରେ ଗାଡ଼ି ଚଳା ଚଳ ବନ୍ଦ ରହିଛି ।  ଆରୁକୁ – କୋତୱାଲାସା ମଧ୍ୟରେ ଚିମିଡିପାଲି ଷ୍ଟେସନ ନିକଟରେ ଘଟିଛି ଦୁର୍ଘଟଣା ।

    ସୂଚନାଯୋଗ୍ୟ ଯେ, କୋରାପୁଟ କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ର ୨୫ରୁ ଉର୍ଦ୍ଧ୍ବ ବଗି ଲାଇନଚ୍ୟୁତ  ହୋଇଛି । କୋରାପୁଟ ବିଶାଖାପାଟଣା ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମାଲବାହୀ ଟ୍ରେନ୍ କିରୋଣ୍ଡୁଲ ଠାରୁ ଲୁହା ପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କିରୁଣ୍ଡୁଲ ରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ ।  ବିଶାଖାପାଟଣାରୁ କିରୁଣ୍ଡୁଲ କୁ ଟ୍ରେନ ଚଳା ଚଳ ବନ୍ଦ ରହିଛି । ବିଶାଖା ପାଟଣା ରୁ କିରୁଣ୍ଡୁଲ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀ କାଳୀନ ଗାଡ଼ି ଚଳା ଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି ।  କୌଣସି କ୍ଷୟ କ୍ଷତି ହୋଇନଥିବା ସୂଚନା ମିଳିଛି।

    ବର୍ତ୍ତମାନ କୋରାପୁଟ-ବିଶାଖାପାଟଣା ମଧ୍ୟରେ ରେଳ ଚଲାଚଳ ବନ୍ଦ ରହିଛି ।  ବୁଧବାର କିରୋଣ୍ଡୁଲ ଠାରୁ ବିଶାଖାପାଟଣା ଯିବାକୁ ଥିବା ପାସେଞ୍ଜର ଓ ନାଇଟ୍ ଏକ୍ସପ୍ରେସ ଟ୍ରେନ୍ କୋରାପୁଟ ଠାରୁ ନିର୍ଦ୍ଧାରିତ ରୁଟ୍ ବଦଳରେ ରାୟଗଡ଼ା ଦେଇ ଯିବ ବୋଲି ସୂଚନା ମିଳିଛି ।  ବିଭାଗୀୟ ଅଧିକାରୀ ବୈଷୟିକ ଟିମ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗି  ରେଳଧାରଣାରୁ ହଟାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    68 %
    2.1kmh
    100 %
    Fri
    31 °
    Sat
    30 °
    Sun
    30 °
    Mon
    29 °
    Tue
    31 °

    ସମ୍ବନ୍ଧିତ