Monday, August 24, 2026
24.8 C
Odisha

    ମୁମ୍ବାଇ : ମୁମ୍ବାଇ ମେୟର ଅଫିସ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ବୋମା ଧମକ, ଆଲର୍ଟ ମୋଡ଼ରେ ସୁରକ୍ଷା ଏଜେନ୍ସୀ

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ମୁମ୍ବାଇରେ ଆଲର୍ଟ ମୋଡ଼ରେ ସୁରକ୍ଷା ଏଜେନ୍ସୀ । ମୁମ୍ବାଇ ମେୟରଙ୍କୁ ଏକ ଧମକପୂର୍ଣ୍ଣ ଇମେଲ ମିଳିଛି । ଇମେଲରେ ମେୟରଙ୍କ କାର୍ ଏବଂ ତାଙ୍କ ଅଫିସକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଏହି ମେଲରେ ମୁଖ୍ୟନ୍ତ୍ରୀଙ୍କ କାର୍ଯ୍ୟାଳୟ, ମେୟର କାଯର୍ୟାଳୟ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଉଡ଼ାବାକୁ ଲେଖାଯାଇଛି । ଧମକ ମିଳିବା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି ।

    ଖବର ମୁତାବକ, ମୁମ୍ବାଇ ମେୟରଙ୍କୁ ମିଳିଥିବା ଏକ ଇମେଲରେ ତାଙ୍କ କାର୍ ଏବଂ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଇମେଲ ସାମ୍ନାକୁ ଆସିବା ପରେ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସୀ ଖୋଳତାଡ଼ ଆରମ୍ଭ କରିଥିଲେ । ଧମକପୂର୍ଣ୍ଣ ମେଲରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମେୟର କାର୍ଯ୍ୟାଳୟ ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଧମକ ମିଳିଛି । ଏହି ସବୁ ସ୍ଥାନର ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।

    ମାମଲାର ଗମ୍ଭୀରତା ଦେଖି ମୁମ୍ବାଇ ପୋଲିସ, ସାଇବଲ ସେଲ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି । ଯାଞ୍ଚ ଏଜେନ୍ସୀ କେଉଁଠି ଇମେଲ ଆସିଛି ଏବଂ ଏହା ପଛରେ କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରୁଛି । ଯେଉଁ ସ୍ଥାନକୁ ଉଡ଼ାଇବାକୁ ଧମକ ମିଳିଛି, ସୁରକ୍ଷା ବ୍ୟବସ୍ଥା ମଜବୁତ କରାଯାଇଛି ।

    ପୋଲିସ ଏବଂ ସୁରକ୍ଷା ଏଜେନ୍ସୀ ମାମଲାର ଯାଞ୍ଚ କରୁଛି । ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.8 ° C
    24.8 °
    24.8 °
    96 %
    1.4kmh
    100 %
    Sun
    25 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ