Tuesday, October 6, 2026
31.6 C
Odisha

    ବିବାହର ୩ ଘଣ୍ଟା ପରେ ନଗଦ ଟଙ୍କା, ଅଳଙ୍କାର ନେଇ ଫେରାର ହେଲା କନ୍ୟା ଓ ପରିବାର, ଠକେଇ ଅଭିଯୋଗ ଆଣିଲେ ବର

    ଆଗକୁ ପଢନ୍ତୁ

    ରାଜସ୍ଥାନ : ଏକ ଘଟଣା ଗୟାର ବେଲାଗଞ୍ଜ ଥାନା ଅନ୍ତର୍ଗତ ଦରିଆପୁର ଗାଁରେ ଦେଖିବାକୁ ମିଳିଛି । ବିବାହର ମାତ୍ର ୩ ଘଣ୍ଟା ପରେ କନ୍ୟା ଏବଂ ତାଙ୍କ ପରିବାର ଲୋକ ଗହଣା ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ଯେତେବେଳେ ଏହି ଖବର ବର ଘରର ଲୋକ ଜାଣିବାକୁ ପାଇଥିଲେ ସେ ଏହାକୁ ସହଜରେ ଗ୍ରହଣ ପାରିନାହାଁନ୍ତି । ବର ହେଲେ ଗଣେଶ ସାବ । ସେ ତାଙ୍କ ପରିବାର ସହିତ ପୋଲିସ ଷ୍ଟେସନକୁ ଯାଇ କନ୍ୟା ଏବଂ ତାଙ୍କ ପରିବାର ବିରୋଧରେ ଠକେଇ ଏବଂ ପ୍ରତାରଣାର ଅଭିଯୋଗ କରିଛନ୍ତି ।

    ସୂଚନାନୁଯାୟୀ, ଜଣେ ମଧ୍ୟସ୍ଥି ରାଜସ୍ଥାନର ଟୋଙ୍କ ଜିଲ୍ଲାର ବାସିନ୍ଦା ଗଣେଶ ସାବଙ୍କ ବିବାହ ପାଇଁ ଝିଅ ଫଟୋ ଦେଖାଇଥିଲେ । ଝିଅ ପସନ୍ଦ ହେବାରୁ ଏହି ବିବାହ ପ୍ରସ୍ତାବ ଆଗକୁ ବଢିଲା । ଝିଅ ପରିବାର ଲୋକ ବର ପରିବାରଙ୍କଠାରୁ ନଗଦ ଟଙ୍କା ସହିତ କନ୍ୟା ପାଇଁ ମଙ୍ଗଳସୂତ୍ର, ମୁଦି, ପାଉଁଜି, ଶାଢୀ ସମେତ ଅନେକ କିଛି ଜିନିଷ ପାଇଁ ଡିମାଣ୍ଡ କରିଥିଲେ ଏବଂ ବିବାହ ସ୍ଥିର ହୋଇଥିଲା ।

    ବର ପକ୍ଷ ସମସ୍ତ ଆବଶ୍ୟକୀୟ ଜିନିଷ ବିବାହ ପାଇଁ ପ୍ରସ୍ତୁତ କରିଥିଲେ ଏବଂ ବିହାରର ଗୟା ଜିଲ୍ଲାରେ ପହଞ୍ଚିଥିଲେ । କନ୍ୟା ପକ୍ଷ ବର ପରିବାରକୁ ବେଲାଗଞ୍ଜର ଦରିଆପୁର ଗ୍ରାମକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ବର ପକ୍ଷ ପହଞ୍ଚିଲେ ସେତେବେଳେ କନ୍ୟା ପକ୍ଷ ବିବାହ ପାଇଁ ଦାବି କରିଥିବା ଟଙ୍କା ମାଗିଥିଲେ । ଏହା ପରେ ବର ପକ୍ଷ କନ୍ୟାକୁ ୧ ଲକ୍ଷ ୧୦ ହଜାର ଟଙ୍କା ଦେଇଥିଲେ । ସୋମବାର ଦିନ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଏହା ପରେ କନ୍ୟା ପକ୍ଷ ମଙ୍ଗଳବାର ଦିନ ବିଦାୟୀ ପାଇଁ ସ୍ଥିର କରିଥିଲେ । ତେଣୁ ବର ପରିବାର ସେହି ଗାଁର ଗୋଟିଏ ସ୍ଥାନରେ ରହିଥିଲେ । କିନ୍ତୁ ପରଦିନ ସକାଳେ ଅର୍ଥାତ୍ ବିଦାୟୀ ହେବା ପୂର୍ବରୁ ଝିଅ ଏବଂ ତାର ପରିବାର ଲୋକ ଘରେ ନଥିଲେ । ପୁଅ ଘର ଯେତେବେଳେ କନ୍ୟା ଘରେ ପହଞ୍ଚିଲେ ସେତେବେଳେ ଘରେ ତାଲା ପଡ଼ିଥିବା ଦେଖିଥିଲେ । କନ୍ୟା ଏବଂ ପରିବାର ଲୋକ ଏବେ ନିଖୋଜ ଅଛନ୍ତି ।

    କନ୍ୟା ଏବଂ ତାଙ୍କ ପରିବାର ଲୋକଙ୍କୁ ଖୋଜିବା ପାଇଁ ଗାଁ ଏବଂ ଆଖପାଖ ଅଞ୍ଚଳରେବର ପରିବାର ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ପାଇପାରିନଥିଲେ । ବର ପରିବାର ଠକେଇର ଶିକାର ହୋଇଥିବା ଜାଣି ସେ ୧୧୨ ନମ୍ବରକୁ ଫୋନ୍ କରି ପୋଲିସକୁ ଜଣାଇଲେ ଏବଂ ବେଲାଗଞ୍ଜ ପୋଲିସ ଷ୍ଟେସନରେ ଅଭିଯୋଗ ଦାୟର କରିଥିଲେ ।

    ଗାଡ଼ିରେ କିଛି ଘଣ୍ଟା ବସିବା ପରେ, ଆମେ ମୋ ସ୍ତ୍ରୀକୁ ଘର ଯାଞ୍ଚ କରିବାକୁ ପଠାଇଲୁ । କିନ୍ତୁ ସେଠାରେ କେହି ନଥିଲେ। କନ୍ୟା କିମ୍ବା ତାଙ୍କ ପରିବାର ସଦସ୍ୟ ସେଠାରେ ନଥିଲେ।  ସେମାନେ ସମସ୍ତେ ନିଖୋଜ ହୋଇଯାଇଥିଲେ। ବିବାହିତ ଝିଅର ନାମ ଲକ୍ଷ୍ମୀ। କୋଡରମାର ଯେଉଁ ମହିଳା ବିବାହ ଆୟୋଜନ କରିଥିଲେ ସେ ମହିଳା ଥିଲେ ପାରୋ।ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଆମେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛୁ। ଆମକୁ ବିବାହ ନାମରେ ଠକାମି କରାଯାଇଛି ବୋଲି ବର ପକ୍ଷ ଅଭିଯୋଗ ଆଣିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.6 ° C
    31.6 °
    31.6 °
    53 %
    2.9kmh
    0 %
    Tue
    31 °
    Wed
    31 °
    Thu
    30 °
    Fri
    30 °
    Sat
    30 °

    ସମ୍ବନ୍ଧିତ