Saturday, September 5, 2026
23.1 C
Odisha

    ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବଢ଼ିଲା ସଂରକ୍ଷଣ, EWS ସଂରକ୍ଷଣ ନେଇ ଉଠିଛି ପ୍ରଶ୍ନ

    ଆଗକୁ ପଢନ୍ତୁ

    ​ଭୁବନେଶ୍ୱର : ଓଡ଼ିଶାରେ ନୂଆ ସଂରକ୍ଷଣ ନୀତି । ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ବଢ଼ିଲା ସଂରକ୍ଷଣ । ଉଚ୍ଚ ଶିକ୍ଷାରେ, ନୂଆରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗଙ୍କ ପାଇଁ ରହିବ ସଂରକ୍ଷଣ। କିନ୍ତୁ ଆର୍ଥିକ ଅନଗ୍ରସର ଶ୍ରେଣୀଙ୍କ ପାଇଁ ବଢ଼ିଲା ଦ୍ବନ୍ଦ୍ବ। ଆର୍ଥିକ ଅନଗ୍ରସର ଶ୍ରେଣୀ EWSଙ୍କ ପାଇଁ ଥିବା ୧୦% ସଂରକ୍ଷଣ ରହିବ କି ନାହିଁ, ତାକୁ ନେଇ ସରକାର କୌଣସି ସୂଚନା ଦେଇ ନାହାଁନ୍ତି।

    ବର୍ତ୍ତମାନ ସଂରକ୍ଷଣ ସୀମା ୫୦ ପ୍ରତିଶତ ଛୁଇଁଛି । ତେଣୁ EWS ସଂରକ୍ଷଣ ନେଇ ଉଠିଛି ପ୍ରଶ୍ନ। ବିଜେଡି ଓ କଂଗ୍ରେସ ଯାହାର ଜନସଂଖ୍ୟା ଯେତେ ତାକୁ ସେତିକି ସଂରକ୍ଷଣ ପାଇଁ ଦାବି କରୁଛନ୍ତି। ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି।

    ନୂଆ ନୀତିରେ ଆର୍ଥିକ ଦୁର୍ବଳ ଶ୍ରେଣୀ EWS କୋଟା ରହିବ ନା ଯିବ? ବଢ଼ିଲା ଦ୍ୱନ୍ଦ୍ୱ। ଗତକାଲି ଓଡ଼ିଶା କ୍ୟାବିନେଟ୍ ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ନୂଆ ସଂରକ୍ଷଣ ନୀତି ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ ​ଅନୁସୂଚିତ ଜାତି ସଂରକ୍ଷଣ ୮% ରୁ ବଢ଼ି ୧୬.୨୫% ହେଲା। ​ଅନୁସୂଚିତ ଜନଜାତି ସଂରକ୍ଷଣ ୧୨% ରୁ ବଢ଼ି ୨୨.୫୦% ହେଲା। ସାମାଜିକି ଆର୍ଥିକ ପଛୁଆ ବର୍ଗ​SEBC ପାଇଁ ନୂଆ ୧୧.୨୫% ସଂରକ୍ଷଣ ଲାଗୁ ହେଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.1 ° C
    23.1 °
    23.1 °
    91 %
    1kmh
    57 %
    Sat
    32 °
    Sun
    31 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ