Friday, June 19, 2026
37 C
Odisha

    କମିଛି ପେଟ୍ରୋଲ ଏବଂ ଡିଜେଲ ଦର, ଜାଣନ୍ତୁ କେତେ ଅଛି ଆଜିର ଦାମ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ଗାଡ଼ିରେ ପେଟ୍ରୋଲ କିମ୍ବା ଡିଜେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଦର । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୯ ଟଙ୍କା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୦.୬୦ ପଇସା ରହିଛି ।

    ସେହିପରି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ଦର ୯୫ ଟଙ୍କା ୨୦ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୧୮ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୯୭.୮୩ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୧୩.୫୧ ଟଙ୍କା ଥିବାବେଳେ ଡିଜେଲ ଦର ୯୯ ଟଙ୍କା ୮୨ ପଇସା ରହିଛି । ଚେନ୍ନାଇରେ ପେଟ୍ରୋଲ ଦର ୧୦୭ ଟଙ୍କା ୭୭ ପଇସା ଥିବା ବେଳେ ଡିଜେଲ ଦାମ ୯୯ ଟଙ୍କା୫୫ ପଇସା ରହିଛି । ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37 ° C
    37 °
    37 °
    34 %
    2.8kmh
    57 %
    Fri
    35 °
    Sat
    38 °
    Sun
    38 °
    Mon
    38 °
    Tue
    37 °

    ସମ୍ବନ୍ଧିତ