Wednesday, October 14, 2026
28.9 C
Odisha

    ରାଉରକେଲାରେ ଆଜିଠୁ ପଲ୍ଲିଶ୍ରୀ ଓ ଖାଦ୍ୟ ମେଳା ଆରମ୍ଭ

    ଆଗକୁ ପଢନ୍ତୁ

    ରାଉରକେଲା: ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆଜିଠୁ ଆଗାମୀ ୭ ଫେବ୍ରୁଆରି ପର୍ଯ୍ୟନ୍ତ ଚାଲିବ। ସେକ୍ଟର-୫ସ୍ଥ ଭଞ୍ଜଭବନ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ମେଳା ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାର ଯୋଗଦାନ କରିବାକୁ ଜିଲ୍ଲାପାଳ ମନୋଜ ମହାଜନ ରାଉରକେଲା ଜନସାଧାରଣଙ୍କୁ ଅପିଲ କରିଛନ୍ତି।ରାଉରକେଲା ମହାନଗର ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି, ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓର୍‌ମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ଼ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି। ମେଳାରେ ହସ୍ତଶିଳ୍ପ ପ୍ରଦର୍ଶନୀ ,ପଲ୍ଲୀଶ୍ରୀ ମେଳା ଓ ଖାଦ୍ୟ ମେଳା ପାଇଁ ୨୦୦ ଷ୍ଟଲ ଲାଗିବ। ଏଥିମଧ୍ୟରୁ ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ୧୦୦ଟି ଷ୍ଟଲ୍‌, ପଲ୍ଲୀଶ୍ରୀ ମେଳା ପାଇଁ ୮୦ ଟି ଷ୍ଟଲ୍‌ ଓ ଖାଦ୍ୟ ମେଳା ପାଇଁ ୨୦ ଟି ଷ୍ଟଲ ଲାଗିବ। ଏହା ବ୍ୟତୀତ ଫାୟର, ପୁଲିସ ଓ ମେଡିକାଲ ଲାଗି ବି ଷ୍ଟଲ ଲାଗିବ।ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହସ୍ତଶିଳ୍ପ କାରିଗର, ସ୍ବୟଂ ସହାୟକ ଗୋଷ୍ଠୀ, ସ୍ଥାନୀୟ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ପ୍ରଦର୍ଶନ ତଥା ବିକ୍ରୟ ହେବ। ହସ୍ତଶିଳ୍ପ ପ୍ରଦର୍ଶନୀ ଓ ପଲ୍ଲୀଶ୍ରୀ ମେଳା ପ୍ରତ୍ୟେକ ଦିନ ସକାଳ ୧୦ ଘଟିକାରୁ ରାତ୍ରି ୧୦ ଘଟିକା ଯାଏଁ ଚାଲିବ। ଖାଦ୍ୟ ମେଳା ସଂଧ୍ୟା ୫ ଘଟିକାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ସଂଧ୍ୟା ୬ ଘଟିକାରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯିବ। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    61 %
    2.6kmh
    91 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ