ଭୁବନେଶ୍ୱର : ରାଜଧାନୀର ରାଜରାସ୍ତାରେ ପୋଲିସ SI ଚାକିରି ଆଶାୟୀ । ଭୁବନେଶ୍ୱର ଲୋୟର ପିଏମଜିରେ students against corruption ପକ୍ଷରୁ ଓଡ଼ିଶା ପୋଲିସ SI ଆଶାୟୀମାନେ ଜୋରଦାର ପ୍ରତିବାଦ କରିଛନ୍ତି । ପରୀକ୍ଷା ପାଇଁ ୨୦ ଡିସେମ୍ବର ୨୦୨୪ରେ ବିଜ୍ଞାପନ ପ୍ରକାଶ ପାଇଥିଲା ହେଲେ ଆଜି ପର୍ଯ୍ୟନ୍ତ ପରୀକ୍ଷା ହେଇପାରୁନି ।ଶହ ଶହ ପୋଲିସ SI ଆଶାୟୀ ପରୀକ୍ଷାର୍ଥୀ ଆନ୍ଦୋଳନ କରିଛନ୍ତି । କେବେ ହେବ ପୋଲିସ୍ SI ପରୀକ୍ଷା? ସ୍ବଚ୍ଛତାର ସହ ପରୀକ୍ଷା କରିବାକୁ ଦାବି ଜଣାଇଛନ୍ତି। ଏଭିତରେ ରାଜ୍ୟରେ ପୋଲିସ SI ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ତଦନ୍ତ କରୁଛି CBI । କୋର୍ଟରେ ପ୍ରଥମ ଚାର୍ଜସିଟ ଦାଖଲ କରିଛି । ଏଥିରେ ପରୀକ୍ଷା ପରିଚାଳନାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଓ ଟଙ୍କା କାରବାର ବିଷୟରେ ସବିଶେଷ ତଥ୍ୟ ରହିଛି। ପରୀକ୍ଷା ପରିଚାଳନା ପାଇଁ ସବ୍ କଣ୍ଟ୍ରାକ୍ଟ ନେଇଥିବା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଶଙ୍କର ପୃଷ୍ଟିଙ୍କୁ କେଳେଙ୍କାରୀର ମୁଖ୍ୟ ମାଷ୍ଟରମାଇଣ୍ଡ ଦର୍ଶାଯାଇଛି । ସେପଟେ ପରୀକ୍ଷା ତାରିଖ ଘୋଷଣା ହେଉ ନଥିବାରୁ ମେଧାବୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି ।

