Monday, October 12, 2026
23 C
Odisha

    ରାଜନୈତିକ ସ୍ୱାର୍ଥ ପାଇଁ ପଂଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି: ଅନିଲ ବିଶ୍ୱାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର ତା.୦୪/୦୩: ଏପ୍ରିଲ ମାସ ୨୪ ତାରିଖକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ । ଭାରତ ବର୍ଷର ଗଣତନ୍ତ୍ରରେ ଏପ୍ରିଲ ୨୪ ତାରିଖ ହେଉଛି ଏକ ଐତିହାସିକ ଦିନ । ଏହି ଦିନରେ ଦେଶରେ ସମ୍ବିଧାନର ୭୩ତମ ସଂଶୋଧନକୁ ଲାଗୁ କରାଯାଇ ପଂଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ମାନ୍ୟତା ମିଳିଥିଲା । ଯାହାଫଳରେ ଆଜି ଦେଶରେ ଲକ୍ଷ ଲକ୍ଷ ତୃଣମୂଳ ସ୍ତରର ପଂଚାୟତ ଜନପ୍ରତିନିଧିମାନେ ଗଣତନ୍ତ୍ରରେ ଭାଗନେବାର ସୁଯୋଗ ପାଉଛନ୍ତି ଏବଂ ନିଜ ଅଂଚଳର ଦାୟିତ୍ୱ ନିଜେ ନେଇପାରୁଛନ୍ତି । ରାଜନୈତିକ ସ୍ୱାର୍ଥ ପାଇଁ ପଂଚାୟତିରାଜ ଦିବସକୁ ବିଭ୍ରାନ୍ତି କରିଥିଲା ବିଜେଡି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

    ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଯେତେବେଳେ ସାରା ଦେଶ ଏପ୍ରିଲ ୨୪କୁ ପଂଚାୟତିରାଜ ଦିବସ ଭାବେ ପାଳନ କରୁଛି ଓଡିଶା ମଧ୍ୟ ଏହିଦିନକୁ ପଂଚାୟତିରାଜ ଦିବସ ଭାବରେ ପାଳନ କରିବା ପାଇଁ ଯାଉଛି । ଆଶ୍ଚର୍ଯ୍ୟ ଯେ ବିଜେଡିକୁ କାହିଁକି ଏହା ବାଧୁଛି, ସେମାନେ କାହିଁକି ଏହାର ସମାଲୋଚନା କରୁଛନ୍ତି? କେବଳ ନିଜର ରାଜନୈତିକ ସ୍ୱାର୍ଥରେ ବାଧା ଆସୁଥିବାରୁ ବିଜେଡି ବୋଧେ ଏପ୍ରିଲ ୨୪ ଭଳି ଐତିହାସିକ ଦିନକୁ ଭୁଲି ଯାଇଥିଲା ।
    ରାଜ୍ୟ ସରକାର ମାର୍ଚ୍ଚ ୫ ତାରିଖକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀକୁ ସରକାରୀ ସ୍ତରରେ ମହାସମାରୋହରେ ପାଳନ କରିବା କଥା ସ୍ପଷ୍ଟ କରିସାରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଛନ୍ତି । ତେଣୁ ଏ ନେଇ କୌଣସି ବିବାଦ ବିଜୁ ଜନତା ଦଳ କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
    ଓଡିଶାର ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଯେପରିକି ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ଜାନକୀ ବଲ୍ଲଭ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ସରକାରୀ ସ୍ତରରେ ପାଳନ କରାଯାଉଛି । ସେଭଳି ବିଜୁ ବାବୁଙ୍କର ମଧ୍ୟ ପାଳନ କରାଯିବ । କୌଣସି ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର ଜନ୍ମଜୟନ୍ତୀକୁ ବିଜେଡି ସରକାର ସମୟରେ ଛୁଟି ଭାବରେ ଘୋଷଣା କରାଯାଇଥିଲା କି? ବିଜୁ ଜନତା ଦଳ କାହିଁକି ତାଙ୍କ ସରକାର ସମୟରେ ଅନ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସଠିକ୍ ସମ୍ମାନ ଦେଉନଥିଲା ତାହାର ଉତର ବିଜେଡି ଦେବା ଦରକାର । ଓଡିଶା ଗଠନରେ ଅନେକ ବରେଣ୍ୟ ନେତୃତ୍ୱ ମାନଙ୍କର ଅବଦାନ ରହିଆସିଛି । କିନ୍ତୁ ବିଜୁ ଜନତା ଦଳ ଏହାକୁ ସ୍ୱୀକାର କରିବାକୁ ନାରାଜ୍ ଯାହା ଦୁଃଖଦାୟକ । ସେହିଭଳି ବିଜୁବାବୁଙ୍କ ଭଳି ବଳିଷ୍ଠ ନେତୃତ୍ୱର ଅଧିକାରୀ ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ନିଜ ଦଳ ଭିତରେ ସୀମିତ ରଖିବାର ପ୍ରୟାସ ସେମାନଙ୍କର ଦୂରଦୃଷ୍ଟି ହୀନତାର ପ୍ରମାଣ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    78 %
    1.3kmh
    0 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ