Wednesday, October 14, 2026
24.1 C
Odisha

    ରାଜ୍ୟ ବିଜେପି ନେତୃତ୍ୱଙ୍କ ଝାଡ଼ଖଣ୍ଡରେ ପ୍ରଚାର ପ୍ରଭାବଶୂନ୍ୟ : ବିଜେଡି

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଜେଏମଏମର ବିଜୟ ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ ଆଞ୍ଚଳିକ ଦଳ ଗୁଡିକ ଉପରେ ଲୋକଙ୍କ ଭରସା ଅକ୍ଷୂର୍ଣ୍ଣ ରହିଛି ବୋଲି ବିଜୁ ଜନତା ଦଳ ତରଫରୁ ଏକ ବିବୃତିରେ କୁହାଯାଇଛି। ପୂର୍ବାଞ୍ଚଳ ରାଜ୍ୟ ଗୁଡିକରେ, ବିଶେଷକରି ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଓଡିଶା ପରି ରାଜ୍ୟରେ ଆଞ୍ଚଳିକ ଦଳ ଗୁଡିକ ସେମାନଙ୍କ ଉପସ୍ଥିତି ଜାହିର କରି ଆସୁଛନ୍ତି।
    ଝାଡ଼ଖଣ୍ଡବାସୀ ଆଞ୍ଚଳିକ ଦଳ ଉପରେ ଭରସା ଜାରି ରଖିଛନ୍ତି ଓ ଜେଏମଏମ ନେତୃତ୍ୱରେ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପିର ପ୍ରାଣମୁର୍ଚ୍ଛା ଉଦ୍ୟମ ବିଫଳ ହୋଇଯାଇଛି ବୋଲି ବିଜେଡିର ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ବିବୃତିରେ କହିଛନ୍ତି। ରାଜ୍ୟବାସୀଙ୍କ ଆଶା ଆଙ୍କାକ୍ଷାକୁ ପୂରଣ କରିବା କ୍ଷେତ୍ରରେ ରାଜ୍ୟବାସୀ ଆଞ୍ଚଳିକ ଦଳ ଉପରେ ଅଧିକ ଭରସା କରୁଛନ୍ତି। ଓଡ଼ିଶାର ବିଜେପି ନେତାମାନେ ମଧ୍ୟ ଝାଡ଼ଖଣ୍ଡ ନିର୍ବାଚନର ପ୍ରଚାର କାର୍ଯ୍ୟରେ ଯେଉଁ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ, ସେଥିରେ ଭଟ୍ଟା ପଡିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଝାଡ଼ଝଣ୍ଡରେ ପ୍ରଚାର କରିଥିବା ବେଳେ ତାଙ୍କ ପ୍ରଚାରର କିଛି ପ୍ରଭାବ ପଡିନାହିଁ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଥିବା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଝାଡ଼ଖଣ୍ଡରେ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ