Friday, March 27, 2026
31.5 C
Odisha

    ରାମ ନବମୀରେ ରାମଲଲାଙ୍କ ଉପରେ ପଡିଲା ସୂର୍ଯ୍ୟ ତିଳକ, ଦିବ୍ୟ ଦର୍ଶନ କଲେ ଭକ୍ତ

    ଆଗକୁ ପଢନ୍ତୁ

    ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ପ୍ରଭୁ ରାମଲାଲାଙ୍କ କପାଳରେ ‘ସୂର୍ଯ୍ୟ ତିଳକ’ ଏକ ଅତ୍ୟନ୍ତ ଚମତ୍କାର ଦୃଶ୍ୟ ଦେଖାହୋଇଛି । ପ୍ରତିବର୍ଷ ରାମ ନବମୀ ତିଥିରେ ମଧ୍ୟାହ୍ନ ୧୨ଟା ସମୟରେ ସୂର୍ଯ୍ୟକିରଣ ସିଧାସଳଖ ଯାଇ ପ୍ରଭୁଙ୍କ କପାଳରେ ପଡ଼ିଥାଏ, ଯାହା ଏକ ପ୍ରକାଶମୟ ତିଳକ ଭଳି ଦୃଶ୍ୟମାନ ହୁଏ । ଏହା ପଛରେ କୌଣସି ବିଦ୍ୟୁତ୍ ବ୍ୟବହାର କରାଯାଇ ନାହିଁ । ରୁରକି ଏବଂ ବେଙ୍ଗାଲୁରୁର ବୈଜ୍ଞାନିକମାନେ ଏକ ସ୍ୱତନ୍ତ୍ର ଅପ୍ଟୋ-ମେକାନିକାଲ୍ ସିଷ୍ଟମ୍ ତିଆରି କରିଛନ୍ତି । ଏଥିରେ ଦର୍ପଣ ଏବଂ ଲେନ୍ସ ବ୍ୟବହାର କରି ସୂର୍ଯ୍ୟକିରଣକୁ ଗର୍ଭଗୃହ ପର୍ଯ୍ୟନ୍ତ ପହଞ୍ଚାଯାଇଥାଏ । ଏହି ଆଲୋକ ପ୍ରାୟ ୩ ରୁ ୪ ମିନିଟ୍ ପର୍ଯ୍ୟନ୍ତ ରହିଥିଲା । ଏହି ତିଳକର ଆକାର ପ୍ରାୟ ୫୮ ରୁ ୭୫ ମିଲିମିଟର ହୋଇଛି । ପ୍ରଭୁ ଶ୍ରୀରାମ ସୂର୍ଯ୍ୟବଂଶୀ ହୋଇଥିବାରୁ, ସୂର୍ଯ୍ୟ ଦେବତା ନିଜେ କିରଣ ମାଧ୍ୟମରେ ତାଙ୍କର ଅଭିଷେକ କରୁଛନ୍ତି ବୋଲି ବିଶ୍ୱାସ କରାଯାଏ ।

    ଦେଶ ଏବଂ ବିଦେଶର ଭକ୍ତମାନେ ମଧ୍ୟ ରାମଲଲାଙ୍କ ଦର୍ଶନ କରିପାରିବେ । ଭଗବାନ ରାମଙ୍କ ନଗରୀ ଅଯୋଧ୍ୟାରେ ରାମନବମୀ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି । ରାମଲଲାଙ୍କ ଜୟନ୍ତୀ ପାଳନ କରିବା ପାଇଁ ଭକ୍ତମାନେ ଏକାଠି ହୋଇଛନ୍ତି । ରାମ ନବମୀ ଅବସରରେ ଅଯୋଧ୍ୟାରେ ରାମ ମନ୍ଦିର ଦିନସାରା ଖୋଲା ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ