Sunday, August 10, 2025
28.9 C
Odisha

    ରାଷ୍ଟ୍ରପତି ଭବନ ନିକଟରେ ଦୁଇ ଜଣଙ୍କୁ ଚାପି ଦେଲା କାର୍, ଜଣେ ମୃତ, ଡ୍ରାଇଭର ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀର ଚାଣକ୍ୟପୁରୀ ଥାନାର ପୋଶ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାଷ୍ଟ୍ରପତି ଭବନରୁ ୨ କିଲୋମିଟର ଦୂରରେ ଏକ ଥର କାର୍ ଦୁଇ ଜଣ ବ୍ୟକ୍ତିଙ୍କୁ ଚାପି ଧକ୍କା ଦେଇଛି । ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ରହିଛନ୍ତି । ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ପରେ ମୃତଦେହ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଥିଲା ।

    ଖବର ମୁତାବକ, ଗାଡ଼ିଟି ୨ ଜଣଙ୍କୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଡ୍ରାଇଭରକୁ ହେପାଜତକୁ ନେଇଛି । ମୃତଦେହକୁ ହେପାଜତକୁ ନିଆଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଥର ଗାଡ଼ିରେ ମଦ ବୋତଲ ମିଳିଛି । ଫୋରେନସିକ୍ ଦଳ ଦ୍ୱାରା ସମ୍ପୂର୍ଣ୍ଣ ଗାଡ଼ିର ଯାଞ୍ଚ କରାଯାଉଛି ।

    ଚାଣକ୍ୟପୁରୀ ପୋଲିସ ଷ୍ଟେସନ ଅନୁଯାୟୀ, ୧୧ ମୂର୍ତ୍ତି ନିକଟରେ ଏକ ଦ୍ରୁତ ଗତିରେ ଆସୁଥିବା ଥର ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣେ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ଥରର ଆଗ ଚକ ମଧ୍ୟ ଅଲଗା ହୋଇଯାଇଥିଲା। ଅଭିଯୁକ୍ତ ଥର ଡ୍ରାଇଭର ଜଣେ ୨୬ ବର୍ଷୀୟ ଯୁବକ ଯିଏ ଘଟଣାସ୍ଥଳରୁ ଧରାପଡ଼ିଛନ୍ତି । ସେ ତାଙ୍କ ବନ୍ଧୁଙ୍କଠାରୁ ଥର ନେଇ ଆସିଥିଲେ । ପଚରାଉଚରା ସମୟରେ ସେ କହିଛନ୍ତି ଯେ, ସେ ଶୋଇ ପଡ଼ିଥିଲେ, ଯାହା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ପୋଲିସ ଏବେ ଜାଣିବାକୁ ଚେଷ୍ଟା କରୁଛି ଯେ, ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ କି ? ଏହା ଏକ ଦୁର୍ଘଟଣା ନା ଏକ ଯୋଜନାବଦ୍ଧ ହତ୍ୟା ?

    ସୂଚନାଯୋଗ୍ୟ, ଅଭିଯୁକ୍ତ ଡ୍ରାଇଭରଙ୍କ କାରଟି ଅଗଷ୍ଟ ୧ ତାରିଖରେ ଅଧିକ ଦ୍ରୁତ ଗତିରେ ଗାଡି ଚାଳନା ପାଇଁ ଏକ ଚାଲାଣ ଜାରି କରାଯାଇଥିଲା । କାର ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଲା ଯେ, କାରରେ ୨୦୦୦ ଟଙ୍କାର ଚାଲାଣ ଥିଲା, ଯାହା ଏପର୍ଯ୍ୟନ୍ତ ପରିଶୋଧ କରାଯାଇ ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    76 %
    1kmh
    97 %
    Sun
    29 °
    Mon
    30 °
    Tue
    32 °
    Wed
    30 °
    Thu
    30 °

    ସମ୍ବନ୍ଧିତ