Friday, April 3, 2026
39 C
Odisha

    ରାହୁଲ ଗାନ୍ଧୀ ବିହାରରେ ପରାଜୟକୁ ସ୍ୱୀକାର କରିସାରିଛନ୍ତି : ଫଡନାଭିସ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ ଫିକ୍ସିଂ ହୋଇଥିଲା ବୋଲି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବିଜେପି ପକ୍ଷରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ତାଙ୍କୁ ସମାଲୋଚନା କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି, ‘ଏହାର ଅର୍ଥ ହେଉଛି ଯେ ରାହୁଲ ଗାନ୍ଧୀ ବିହାରରେ ପରାଜୟକୁ ସ୍ୱୀକାର କରିଛନ୍ତି।

    ସେ କହିଛନ୍ତି “ମୁଁ ସବୁବେଳେ କହୁଛି ଯେ ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ତୃଣମୂଳସ୍ତରକୁ ଓହ୍ଲାଇ ନାହାନ୍ତି, ଯେପର୍ଯ୍ୟନ୍ତ ସେ ତଥ୍ୟକୁ ବୁଝି ନାହାନ୍ତି, ଯେପର୍ଯ୍ୟନ୍ତ ସେ ନିଜକୁ ମିଛ କହିଚାଲିଥିବେ, ଯେପର୍ଯ୍ୟନ୍ତ ସେ ନିଜକୁ ମିଛ ପ୍ରତିଶ୍ରୁତି ଦେଇଚାଲିଥିବେ, ତାଙ୍କ ଦଳ କେବେ ବି ଜିତିପାରିବ ନାହିଁ । ତାଙ୍କୁ ଏଥିରୁ ଉଠିବାକୁ ପଡିବ, ତାଙ୍କୁ ବାସ୍ତବତାକୁ ବୁଝିବାକୁ ପଡିବ, ନଚେତ୍ ସେ ଏପରି ଭିତ୍ତିହୀନ କଥା କହି ଚାଲିବେ, ସବୁବେଳେ ମିଛ କହି ଚାଲିବେ, ସବୁବେଳେ ଭୋଟରଙ୍କୁ ଅପମାନିତ କରି ଚାଲିବେ। ସେ ମହାରାଷ୍ଟ୍ରର ଜନତାଙ୍କ ପ୍ରତି ରାହୁଲ ଗାନ୍ଧୀ କରିଥିବା ଅପମାନକୁ ନିନ୍ଦା କରିଛନ୍ତି । ରାହୁଲଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହି ଫଡନାଭିସ୍ କହିଛନ୍ତି ଯେ ସେ ପରାଜୟର ହତାଶାରେ ଭୋଟରଙ୍କୁ ଅପମାନିତ କରୁଛନ୍ତି।

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାହୁଲ ଗାନ୍ଧୀଙ୍କ ଅଭିଯୋଗର ଉପଯୁକ୍ତ ଜବାବ ଦେଇଛନ୍ତି। ରାହୁଲଙ୍କ ପୂର୍ବ ପୋଷ୍ଟକୁ ଟ୍ୟାଗ୍ କରି ସେ ଲେଖିଛନ୍ତି, ‘ମହାରାଷ୍ଟ୍ର ନିର୍ବାଚନ ଉପରେ ରାହୁଲ ଗାନ୍ଧୀଙ୍କ ପୋଷ୍ଟ ଏକ ପୁରୁଣା ନାଟକ – ନିର୍ବାଚନ ହାରିବା, ଅନୁଷ୍ଠାନଗୁଡ଼ିକୁ ବଦନାମ କରିବା, ମିଥ୍ୟା ଷଡ଼ଯନ୍ତ୍ର ରଚନା କରିବା ଏବଂ ନିଜକୁ ଏକ କାଳ୍ପନିକ ବ୍ୟବସ୍ଥାର ଶିକାର ବୋଲି କହିବା।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    18 %
    4.1kmh
    1 %
    Fri
    40 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ