Monday, October 19, 2026
21.9 C
Odisha

    ରୁପି ଓ କେଶ ଝଡ଼ିବା ସମସ୍ୟା ଦୂର କରିବ ଆତ ମଞ୍ଜି

    ଆଗକୁ ପଢନ୍ତୁ

    ଶୀତ ଦିନ ଆସିଲେ ରୁପି ସମସ୍ୟା ଅଧିକାଂଶ ଲୋକଙ୍କର ଚିନ୍ତାର କାରଣ ହୋଇଥାଏ। ରୁପି ସମସ୍ୟା ଏକ ପ୍ରକାରର ଫଙ୍ଗଲ ଇନ୍‌ଫେକସନ୍‌। ଠିକ୍‌ ସମୟରେ ଏହାର ଚିକିତ୍ସା କରାନଗଲେ ଏହା ଦ୍ୱାରା ଅନ୍ୟ ଇନ୍‌ଫେକସନ୍‌ ବି ଦେଖାଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ବଜାରରେ ଅନେକ ସାମ୍ପୁ ମିଳୁଛି,କିନ୍ତୁ ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ। ଯଦି ଆପଣ ରୁପି ଏବଂ କେଶ ଝାଡ଼ିବାକୁ ନିୟନ୍ତ୍ରଣ କରିବାକୁ ଚାହାଁନ୍ତି, ତେବେ ଆତ ମଞ୍ଜି ବ୍ୟବହାର କରନ୍ତୁ। ଏହି ଫଳର ମଞ୍ଜିରୁ ପ୍ରସ୍ତୁତ ତେଲ ରୁପି ଓ କେଶ ଝାଡ଼ିବାକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ତେବେ ଆତ ଭିଟାମିନ୍ A, ଭିଟାମିନ୍ C, ଆଣ୍ଟିଅକ୍ସିଡାଣ୍ଟ ଏବଂ ପ୍ରାକୃତିକ ହାଇଡ୍ରେଟିଂ ଗୁଣରେ ଭରପୂର, ଏହି ଫଳର ମଞ୍ଜି କେଶ ପାଇଁ ଅତ୍ୟନ୍ତ ଲାଭଦାୟକ । ଆତ ମଞ୍ଜିରେ ରୋଗ ପ୍ରତିଶୋଧକ ଗୁଣ ରହିଛି ଯାହା କେଶ ଝାଡ଼ିବା ଓ ରୁପି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

    ଆତ ମଞ୍ଜି ବ୍ୟବହାର :
    ସର୍ବପ୍ରଥମେ ଆତରୁ ଭଲ ଭାବେ ତାହାର ମଞ୍ଜି ବାହାର କରନ୍ତୁ। ଏହାପରେ ଆତ ମଞ୍ଜିକୁ ଭଲ ଭାବେ ଧୋଇ ଦିଅନ୍ତୁ ଏବଂ ଖରାରେ ଶୁଖାଇ ଦିଅନ୍ତୁ। ଦେଖିବେ ଯେତେ ବେଳେ ଏହି ମଞ୍ଜି ଶୁଖିଯିବ, ସେତେବେଳେ ଏହାକୁ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏହା ବ୍ୟତୀତ ଧ୍ୟାନ ଦେବେ ଯେପରି ସେଥିରେ କୌଣସି ଖଡ଼ର ରହିବ ନାହିଁ। ତେବେ ଭଲ ଭାବେ ଗୁଣ୍ଡ ହୋଇଥିବା ପାଉଡରକୁ ଏକ ପାତ୍ରରେ ରଖନ୍ତୁ, ସେଥିରେ କପୁର ଏବଂ ନଡିଆ ତେଲ ମିଶାନ୍ତୁ। ବର୍ତ୍ତମାନ ଯେତେବେଳେ ଆପଣ ଏହି ତେଲ ବ୍ୟବହାର କରିବାକୁ ଚାହାଁନ୍ତି, ଏହାକୁ ନିଜ ମୁଣ୍ଡରେ ଭଲ ଭାବରେ ଲଗାନ୍ତୁ। କିନ୍ତୁ ମନେରଖନ୍ତୁ ଯେ ଏହି ତେଲକୁ ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ ଲଗାନ୍ତୁ ଏବଂ ତା’ପରେ କେଶ ଧୋଇ ଦିଅନ୍ତୁ। ଏହାର ନିୟମିତ ବ୍ୟବହାର ରୁପି ସମସ୍ୟା ଦୂର କରିବ।

    ଆତ ମଞ୍ଜିର ତେଲ ବ୍ୟବହାରର ଲାଭ :
    କେଶ ଝାଡ଼ିବାକୁ ନିୟନ୍ତ୍ରଣ କରେ : ଏହି ତେଲ ଲଗାଇବା ଦ୍ୱାରା ଝିଅମାନଙ୍କୁ କେଶ ଝାଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

    କେଶରୁ ରୁପିକୁ ଦୂର କରେ : ଏହି ତେଲ ଆପଣଙ୍କ କେଶରୁ ରୁପି ଦୂର କରିବା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ। କେଶରେ ତେଲ ଲଗାଇବାର ଏହି ପଦ୍ଧତି ଅତି ସହଜ ଏବଂ ଆପଣ ଏହାକୁ ଘରେ ଘରେ ପ୍ରସ୍ତୁତ କରିପାରିବେ।

    କେଶ ନରମ ହୋଇଯାଏ : ଆତ ମଞ୍ଜିରେ ଘରେ ତିଆରି ତେଲ ଆପଣଙ୍କ ମୁଣ୍ଡର ସ୍କିନକୁ ହାଇଡ୍ରେଟ୍ ରଖେ, ରୁପି ଓ କେଶ ଝାଡ଼ିବା ସମସ୍ୟା ଦୂର କରେ ଏବଂ ମୂଳରୁ କେଶକୁ ମଜବୁତ କରେ। ଯେଉଁ କାରଣରୁ କେଶ ମୋଟା ଏବଂ ନରମ ହୋଇଯାଏ। ସେଥିପାଇଁ ଯେଉଁମାନେ କେଶର ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ସେମାନେ ଆତ ମଞ୍ଜିରେ ପ୍ରସ୍ତୁତ ତେଲ ବ୍ୟବହାର କରିପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ