Monday, October 19, 2026
21.9 C
Odisha

    ରୋଗରୁ ମୁକ୍ତି ଦେବ ଯଅ ପାଣି

    ଆଗକୁ ପଢନ୍ତୁ

    ଆଜିକାଲି ବିଜ୍ଞାନ ଯୁଗରେ, କର୍ମମୟ ଜୀବନରେ ଅନେକ ଲୋକ ବିଭିନ୍ନ ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏଥିରୁ ବଞ୍ଚିବା ପାଇଁ ନିଜର ଖାଦ୍ୟଶୈଳୀ ଏବଂ ଜୀବନ ଶୈଳୀ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଯଅ ପାଣି ଅନେକ ସ୍ଵାସ୍ଥ୍ୟ ସମସ୍ୟା ଦୂର କରିବାରେ ବେଶ ଉପଯୋଗୀ ହୋଇଥାଏ।ଏଥିରେ ଥିବା ମିନେରାଲ୍ସ ଏବଂ ଆଣ୍ଟି ଅକ୍ସିଡାଣ୍ଟ ଶରୀରର ଇମ୍ୟୁନିଟ୍‌ ସିଷ୍ଟମ ବଢାଇବାରେ ସାହାଯ୍ୟ କରିଥାଏ। ଯାହାଦ୍ୱାରା ପେଟ ଜନିତ ସମସ୍ୟା ଏବଂ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।

    ତେବେ ଯଅ ପାଣି ମଧ୍ୟ ଆମର ମେଟାବୋଲିଜିମ୍ କୁ ଭଲ କରିପାରେ, ଯାହା ଆମ ଶରୀରରେ ଥିବା କ୍ୟାଲୋରୀକୁ ମଧ୍ଯ କମ କରିଥାଏ। ଯଦି ଯଅ ପାଣି ପ୍ରତିଦିନ ପିଆଯାଏ, ତେବେ ଏହା ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ। ତାହେଲେ ଆସନ୍ତୁ ଜାଣିବା ଯଅ ପାଣି ପିଇବା ଦ୍ୱାରା କଣ ସବୁ ସ୍ୱାସ୍ଥ୍ୟ ଉପକାରିତା ମିଳେ।

    ହାର୍ଟ ପାଇଁ ଭଲ : ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ବ୍ୟତୀତ ଯଅ ପାଣି ମଧ୍ୟ ହାର୍ଟ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରେ। ତେବେ ପ୍ରତିଦିନ ଯଅ ପାଣି ପିଇବା ଦ୍ୱାରା ଶରୀରକୁ ସୁସ୍ଥ ରହିବାକୁ ସାହାଯ୍ୟ କରିଥାଏ।

    ଓଜନ କମ କରେ : ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଯଅ ପାଣି ଏକ ଭଲ ପାନୀୟ ହୋଇପାରେ। ଏଥିରେ ଥିବା ହାଇ ଫାଇବର ଏବଂ କମ୍ କ୍ୟାଲୋରୀ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଯାହାଫଳରେ ଆପଣମାନେ ବାହାର ଖାଦ୍ୟ ଖାଇବାରୁ ଦୂରେଇ ରହିବେ।

    କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ : ତେବେ ପ୍ରତିଦିନ ଯଅ ପାଣି ପିଇଲେ ଆପଣଙ୍କ କୋଲେଷ୍ଟ୍ରଲ ସ୍ତର କମିଯାଏ। ଯଅ ପାଣିରେ ମିଳୁଥିବା ଉପାଦାନ କୋଲେଷ୍ଟ୍ରୋଲ୍ କମ କରିବାରେ ଏବଂ ହାର୍ଟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ବାହାର କରିବାରେ ସାହାଯ୍ୟ କରିଥାଏ।

    ବ୍ଲଡ ସୁଗରକୁ ନିୟନ୍ତ୍ରଣ କରେ : ଯଅ ପାଣି ବ୍ଲଡ ସୁଗରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ବିନା ଚିନିରେ ଯଅ ପାଣି ପିଇବା ଦ୍ୱାରା ବ୍ଲଡରେ ସୁଗର କମ କରିବାରେ ସାହାଯ୍ୟ କରେ। ତେବେ ଖାଇବା ପରେ ଯଅ ପାଣି ପିଇବା ଦ୍ଵାରା ବ୍ଲଡ ସୁଗର ନିୟନ୍ତ୍ରଣରେ ରହିଥାଏ। ଯଅ ପାଣି ପିଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ କିଡନୀ ସଫା ହୋଇଥାଏ। ଯଅ ପାଣିରେ ଥିବା ଫାଇବର ଡାଇରିଆ ଏବଂ କୋଷ୍ଠକାଠିନ୍ୟକୁ ରୋକିବାରେ ସାହାଯ୍ୟ କରେ।ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ସେମାନେ ନିଜ ଡାଏଟରେ ଯଅ ପାଣି ସାମିଲ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ