Thursday, October 15, 2026
21.4 C
Odisha

    ରୋମାଞ୍ଚକର ମୁକାବିଲାରେ ପଞ୍ଜାବକୁ ପରାସ୍ତ କଲା ଗୁଜରାଟ

    ଆଗକୁ ପଢନ୍ତୁ

    ଅହମଦାବାଦ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୪୬ତମ ମୁକାବିଲା ରୋମାଞ୍ଚକର ହୋଇଛି। ବିଜୟ ପାଇଁ ଶେଷ ୨ଟି ବଲ୍‌ରେ ୩ ରନ୍‌ ଦରକାର ଥିବା ବ‌େଳେ ୱାସିଂଟନ ସୁନ୍ଦର ୧୯ ଓଭରର ପଞ୍ଚମ ବଲ୍‌କୁ ଛକା ମାରି ଗୁଜରାଟକୁ ବିଜୟ ଦେଇଛନ୍ତି। ଗୁଜରାଟ ୧୯.୨ ଓଭରରେ ୬ଟି ୱିକେଟ ହରାଇ ୧୬୭ ରନ୍‌ ସଂଗ୍ରହ କରିଛି। ଫଳରେ ଏହି ମ୍ୟାଚକୁ ୪ୱିକେଟ୍‌ରେ ଜିତିଛି। ସାଈ ସୁଦର୍ଶନ ୨୩ଟି ବଲ୍‌ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ବଳରେ ୪୦ ରନ୍‌ ସଂଗ୍ରହ କରିଛନ୍ତି।

    ଗୁଜରାଟ ୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ଦଳକୁ ୧୬ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ପଞ୍ଜାବର ପ୍ରଥମ ଶିକାର ହୋଇଥିଲେ ଅଧିନାୟକ ଶୁବମନ ଗିଲ୍‌। ସେ ୪ଟି ବଲ୍‌ର ସାମ୍ନା କରିଥିଲେ ଏବଂ ଗୋଟିଏ ଚୌକା ସହାୟତାରେ ୫ ରନ୍‌ କରିଥିଲେ।

    ଗୁଜରାଟ ପାଇଁ ସାଈ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୪୧ଟି ବଲ୍‌ ଖେଳି ୫୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଜୋସ ପଟଲର ୨୬ ରନ୍‌ ଏବଂ ନିଶାନ୍ତ ସିନ୍ଧୁ ୧୫ ରନ୍‌ କରିଥିଲେ।

    ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟସ୍‌ ଜିଣି ଗୁଜରାଟ ସଫଳ ରଣନୀତି ପ୍ରସ୍ତୁତ କରି ପଞ୍ଜାବକୁ ବଡ଼ ସ୍କୋର କରିବାକୁ ସୁଯୋଗ ଦେଇ ନଥିଲା। ପଞ୍ଜାବ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ୱିକେଟ ହରାଇ ୧୬୩ ରନ୍‌ କରିଥିଲା।

    ଗୁଜରାଟର ବୋଲିଂରେ ଜେସନ ହୋଲ୍ଡର ସର୍ବ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୪ ଓଭର ବୋଲିଂ କରି ୨୪ ରନ୍‌ ଖର୍ଚ୍ଚ କରିଥିଲେ। ଅନ୍ୟପଟରେ ୪ଟି ୱିକେଟ ଅକ୍ତିଆର କରିଥିଲେ। ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କାଗିସୋ ରାବାଡ଼ା ୨-୨ ୱିକେଟ୍‌ ନେଇଥିଲେ। ରସିଦ ଖାନ ଜଣେ ବ୍ୟାଟରଙ୍କୁ ପାଭିଲିଅନ ଫେରାଇ ଥିଲେ। ପଞ୍ଜାବର ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟ ଦେଖାଯାଇଛି। ଇନିଂସର ଦ୍ବିତୟ ବଲ୍‌ରେ ବିସ୍ଫୋରକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ତୃତୀୟ ବଲ୍‌ରେ କୋପର କନୋଲି ଆଉଟ୍‌ ହୋଇଥିଲେ। ସେହିପରି ପଞ୍ଜାବର ସ୍କୋର ୩୫ ରନ୍‌ରେ ପ୍ରଭସିମରନ ଏବଂ ୩୬ ରନ୍‌ରେ ନେହାଲ ୱାଧୀରା ଆଉଟ୍‌ ହୋଇଥିଲେ। ପରେ ପରେ ଶ୍ରେୟସ ଆୟର ଆଉଟ ହୋଇଥିଲେ। ସ୍କୋର ୪୭ ରନ୍‌ ବେଳକୁ ପଞ୍ଜାବ ୫ଟି ମୂଲ୍ୟବାନ ୱିକେଟ୍‌ ହରାଇ ସାରିଥିଲା। ପଞ୍ଜାବ ପାଇଁ ସୂର୍ଯ୍ୟାଂଶ ଶେଡଗେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୨୯ଟି ବଲ୍‌ ଖେଳି ୫୭ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ୩ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ସେହିପରି ମାର୍କସ‌ ଷ୍ଟୋଇନିସ ବ୍ୟକ୍ତିଗତ ଭାବେ ୪୦ ରନ୍‌ ସଂଗ୍ରହ କରିଥିଲେ। ସେ ୩୧ଟି ବଲ୍‌ ଖେଳି ୫ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ମାର୍କେ ଜେସନ ୨୦ ରନ୍‌, ଅଧିନାୟକ ଶ୍ରେୟସ ଆୟର ୧୯ ରନ୍‌ ଏବଂ ପ୍ରଭସିମରନ ୧୫ ରନ୍‌ ସଂଗ୍ରହ କରିଥିଲା ବେଳେ ଅନ୍ୟ ବ୍ୟାଟରଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.4 ° C
    21.4 °
    21.4 °
    96 %
    1kmh
    49 %
    Thu
    29 °
    Fri
    29 °
    Sat
    30 °
    Sun
    31 °
    Mon
    29 °

    ସମ୍ବନ୍ଧିତ